ଭୁବନେଶ୍ୱର(ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ । ସେ ମହିଳା ହୁଅନ୍ତୁ ବା ନାବାଳିକା । ପ୍ରତ୍ୟକ ଦିନ ଗଣମାଧ୍ୟରେ ପ୍ରସାରିତ ହେବା ପରେ ମଧ୍ୟ ଚେତିନାହାଁନ୍ତି ଲୋକ । ଦେହର ଭୋକ ଆଗରେ ବାଦ ପଡୁନାହାଁନ୍ତି ଛୋଟ ଛୁଆ । ତେବେ ରାଜଧାନୀରୁ ପୁଣି ଏଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ସୂଚନା ଅନୁଯାୟୀ ଚନ୍ଦ୍ର ଶେଖରପୁର ଥାନା ଅଧିନରେ ଥିବା ଏକ ବସ୍ତିରେ ଗତ କାଲି ଜଣେ ନାବାଳିକା ଖେଳୁଥିବା ସମୟରେ ସେହି ବସ୍ତିର ଜଣେ ଯୁବକ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା । ନିଜର ପୁରୁଷତ୍ୱ ଜାହିର କରୁଥିବା ବେଳେ ନାବାଳିକା ଜଣକ ପାଟି କରିଥିଲା । ଏହା ଶୁଣିବା ପରେ ବସ୍ତିର ସଭାପତି ଘଟଣାସ୍ଥଳରେ ପହଁଞ୍ଚିଥିଲେ ।
ସଭାପତିଙ୍କୁ ଦେଖିବା ପରେ ଫେରାର ହୋଇଯାଇଥିଲା ଯୁବକ । ପରେ ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥଇଲେ । ପରିବାର ଲୋକ ଝିଅକୁ ମେଡିକାଲରେ ଭର୍ତ୍ତି କରିବା ପରେ ଚନ୍ଦ୍ର ଶେଖରପୁର ଥାନାରେ ଏକ ଏତଲା ଦେଇଥିଲେ । ଏହି ଆଧାରରେ ପୋଲିସ ଆଜି ସନ୍ଧ୍ୟାରେ ଅଭିଯୁକ୍ତକୁ ଥାନାକୁ ଆଣି ପଚରା ଉଚରା କରୁଛି ।