ରାଉରକେଲା(ଏଟିଆର ବ୍ୟୁରୋ): ବହୁ ଦିନ ଧରି ଆରଏସପି କ୍ୱାର୍ଟରେ ଚାଲିଥିଲା ସେକ୍ସ ରାକେଟ । ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ବହୁ ବାର ପୋଲିସ ଚଢାଉ ମଧ୍ୟ କରିଥିଲା । କିନ୍ତୁ ବାରମ୍ବାର ଖସି ପଲାଉ ଥିଲେ ଗ୍ରାହାକ ମାନେ । ସୂଚନା ଅନୁସାରେ ଆରଏସପିରେ କାମ କରୁଥିବା ଜଣେ ଜନୈକ କର୍ମଚାରୀ ତାଙ୍କ ସ୍ତ୍ରୀଙ୍କ ସାଙ୍ଗରେ ମିଶି ତିନି ବର୍ଷ ଧରି ସେକ୍ଟର-୧୭ର ସି-୧୪ ନଂ କ୍ୱାର୍ଟରେ ସେକ୍ସ ରାକେଟ ଚଲାଇ ଆସୁଥିଲେ । ଏଥି ପାଇଁ ସେମାନେ ପଶ୍ଚିମବଙ୍ଗରୁ ଯୁବତୀ ଆଣୁଥିଲେ ।
ତେବେ ଗତକାଲି ରାତିରେ ସେକ୍ସ ରାକେଟ ଚାଳିଥିବାର ସୂଚନା ପାଇଥିଲା ପୋଲିସ । ରାତି ପ୍ରାୟ ଗୋଟାଏରେ ପୋଲିସ କ୍ୱାର୍ଟରେ ଚଢାଉ କରିଥିଲା । ଏହି ସମୟରେ ଦୁଇ ଜଣ ଯୁବତୀ ଓ ଦୁଇ ଯୁବକଙ୍କୁ ଅସଂଯତ ଅବସ୍ଥାରେ ପାଇଥିଲା ସେକ୍ଟର-୧୫ ଥାନା ପୋଲିସ । ଦୁଇ ଯୁବକ ଓ ରାଣିମହୁମାଛି କୁହାହେଉଥିବା କର୍ମଚାରୀଙ୍କ ପନ୍ନୀଙ୍କୁ ଗିରଫ କରିଥିଲା ପୋଲିସ । ଦୁଇ ଯୁବତୀଙ୍କୁ ସର୍ଟ ଷ୍ଟେ ହୋମକୁ ପଠାଯାଇଥିବା ବେଲେ ଯୁବକ ମାନଙ୍କୁ ପଚାରାଉଚରା କରାଯାଉଛି । ତେବେ ଏଥିରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।