କନ୍ଧମାଳ,(ଏଟିଆର ବ୍ୟୁରୋ): କନ୍ଧମାଳ ଦାରିଙ୍ଗବାଡି ସରକାରୀ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣାକୁ ନେଇ ସାରା ରାଜ୍ୟରେ ନିଆଁ ଜଳୁଥିବା ବେଳେ ପୁଣି ଆଉ ଏକ ସମାନ ଘଟଣା ନଜରକୁ ଆସିଛି । ଗର୍ଭବତୀ ହୋଇଛନ୍ତି ଆଉ ଜଣେ ନାବାଳିକା । ଦୁଷ୍କର୍ମର ଶିକାର ପରେ ଏବେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ସୂଚନା ମିଳିଛି ।
ଦୁଇ ଦିନ ଭିତରେ ଏଭଳି ୨ଟି ସଂଗିନ ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଘଟଣା ନଜରକୁ ଆସିଛି ଜି ଉଦୟଗିରି ଥାନା ଅଞ୍ଚଳରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରୁ । ରିପୋର୍ଟ ଅନୁସାରେ, କିଛିମାସ ତଳେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଆଉ ଏହାପରେ ଘଟଣା ପଦାକୁ ଆସିଛି । ଯଦିଓ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି ତଥାପି ଏହି କଥାକୁ ନେଇ ପୁଣି ଥରେ ଲୋକଙ୍କ ମନରେ ନିଆଁ ଲାଗିଛି ।
ବାରମ୍ବାର କନ୍ଧମାଳ ଅଞ୍ଚଳରେ ନାବାଳିକା ମା’ ହେବା ଘଟଣା ପ୍ରମାଣ କରୁଛି ଆଦୌ ସୁରକ୍ଷିତ ନୁହଁନ୍ତି ଛାତ୍ରୀ । ପ୍ରଥମେ ଢ଼େଙ୍କାନାଳ ପରେ କଳାହାଣ୍ଡି ଆଉ ଏବେ କନ୍ଧମାଳର ଏଭଳି ଘଟଣା ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି ।