କଳାହାଣ୍ଡି (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ଦେହ ବେପାରର ଆସର । କଳାହାଣ୍ଡି ଭଳି ଆଦିବାସୀ ଅଧୁସିତ ଅଞ୍ଚଳରେ ମଧ୍ୟ ଦେହ ବେପାର ବଢ଼ିବାରେ ଲାଗିଛି । ବୁଧବାର ରାତିରେ ଏକ ସେକ୍ସ ରାକେଟ ଉପରେ ପୋଲିସ ଚଢ଼ାଉ କରିଛି । ଜଣେ ବଙ୍ଗୀୟ ଯୁବତୀଙ୍କ ସହିତ ୨ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ନୂଆପଡ଼ା ଜିଲ୍ଲା ଖରିଆରର ରଶ୍ମିରଞ୍ଜନ ସିଂହ ଓ ଅଙ୍କିତ କୁମାର । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।
ସୂଚନା ଅନୁଯାୟୀ, ରିଆଜ ନାମକ ଜଣେ ଯୁବକ କିଛିଦିନ ହେବ ଏହି ସେକ୍ସ ରାକେଟକୁ ଚଳାଇ ଆସୁଥିଲା । ତେବେ ପୂର୍ବରୁ ସେ ମଧ୍ୟ ଗିରଫ ହୋଇ ଜେଲ ଯାଇଥିଲା । ପୁଣିଥରେ ବେଲରେ ଆସିବା ପରେ ଏହି ବେପାର ଆରମ୍ଭ କରି ଦେଇଥିଲା । ପ୍ରତ୍ୟେକ ଦିନ ସେଠାକୁ ଗ୍ରାହାକଙ୍କ ଭିଡ ଜମିଥିଲା । ଭଡା ଘରେ ଚାଲିଥିଲା ଖୁଲମଖୁଲା ଦେହ ବେପାର ।
ଗତକାଲି କୌଣସି ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା । ପେଟ୍ରୋଲିଂ ଭ୍ୟାନ ପିପେଲନାଲ ନିକଟରେ ଥିବା ସୁଧୀର ବାରିକଙ୍କ ଘରେ ଚଢ଼ାଉ କରିଥିଲା । ଯୁବକଙ୍କ ସଯ ବଙ୍ଗୀୟ ଯୁବତୀ ଜଣକ ଅସଞ୍ଜତ ଅବସ୍ଥାରେ ଥିବା ପୋଲିସ ଧରିଥିଲା । ସେମାନଙ୍କ ନିକଟରୁ ମୋବାଇଲ ଏବଂ ୧୩୪୦ ଟଙ୍କା ଜବତ କରିଥିଲା । ବହୁ ଆପତି ଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ଗତକାଲି ରାତିରେ ଗିରଫ କରିଛି ପୋଲିସ ।