ବ୍ରହ୍ମପୁର (ଏଟିଆର ବ୍ୟୁରୋ);ସମ୍ପର୍କ ଦେଖିଲାନି ପୁଅ । ସାମାନ୍ୟ କେଇଟା ଟଙ୍କା ପାଇଁ ବାପା ପିଟିପିଟି ମାରିଦେଲା ନୃଂଶସ ପୁଅ । ମଦ ପିଇବା ପାଇଁ ବାପା ପଇସା ନଦେବାରୁ ଏପରି ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି । ନିଶାଶକ୍ତ ଅବସ୍ଥାରେ ଆସି ବୃଦ୍ଧ ବାପାକୁ ମାରିଥିବା ଜଣା ପଡିଛି । ତେବେ ଅଭିଯୁକ୍ତ ଫେରାର ହୋଇ ଯାଉଥିବା ବେଳେ ଗାଁଲୋକ ତାକୁ ଧରି ପୋଲିସ ଜିମା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ସୀମାଞ୍ଚଳକୁ ଅଟକ ରଖି ପଚରା ଉଚରା କରୁଛି ।
ପୋଲିସ ରିପୋର୍ଟ ମୁତାବକ, ବୁଧବାର ବିଳମ୍ବିତ ରାତିରେ ନିଶାଶକ୍ତ ଅବସ୍ଥାରେ ଆସିଥିଲା । ଘରକୁ ଆସିବା ପରେ ବାପାଙ୍କ ସହିତ ଝଗଡା ହୋଇଥିଲା । ମଦ ପିଇବା ପାଇଁ ଆହୁରି ଟଙ୍କା ମାଗିଥିବାରୁ ପାଟିତୁଣ୍ଡ ହୋଇଥିବା ଜଣା ପଡିଛି । ତେବେ ବାପା ମଦ ପିଇବାକୁ ପଇସା ନଦେବାରୁ ପୁଅ ପାଟିତୁଣ୍ଡ କରିଥିଲା । ତେବେ ଏହି ପାଟିତୁଣ୍ଡ ଏତେ ଆଗକୁ ପଳେଇଥିଲା ଯେ ସୀମାଞ୍ଚଳ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଶେଷରେ ପିଟିପିଟି ବାପାଙ୍କୁ ମାରି ଦେଇଥିଲା । ଘଟସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ପାଟି ଶୁଣି ସାଇ ପଡିଶା ଦୌଡି ଆସିଥିଲେ । ମାତ୍ର ସେତିକି ବେଳକୁ ସବୁ କିଛି ସରି ଯାଇଥିଲା । ସୀମାଞ୍ଚଳ ଅଭିଙ୍କୁ ମାରି ଦେଇଥିଲା । ମାରିବା ପରେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗାଁଲୋକ ସୀମାଞ୍ଚକୁ କାବୁ କରି ଦେଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ ମଧ୍ୟ ଆସିବାରେ ବିଳମ୍ବ ହୋଇଥିଲା । ଯାହାକୁ ନେଇ ଗାଁ ଲୋକଙ୍କ ମନରେ ଉତ୍ତେଜନା ଦେଖା ଦେଇଥିଲା । ତେବେ ସେ ଯାହା ବି ହେଉ ପୋଲିସ ଆସିବା ପରେ ଅଭିଯୁକ୍ତ ପୁଅକୁ ଗିରଫ କରି ଥାନାକୁ ନେଇଥିଲା । ଏବଂ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏହି ଘଟଣାକୁ ନେଇ ଗାଁରେ ବିଭିନ୍ନ କଥାବାର୍ତ୍ତା ଚାଲିଛି । ସାମାନ୍ୟ ମଦ ପାଇଁ ବାପାର ଜୀବନ ନେଇଥିବାରୁ ପୁଅକୁ ଗାଁ ଲୋକ ନିନ୍ଦା କରୁଥିବା ଦେଖିବାକୁ ମିଳିଛି ।