ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୂର୍ବ ଶତ୍ରୁତାକୁ ନେଇ ଛୁରାମାଡ । ରୁଦ୍ର ପାଟ୍ଟଶାଣୀ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ଲାଗି ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଛି ।
ସେପଟେ ଆକ୍ରମଣକାରୀ ଫେରାର ରହିଥିବା ବେଳେ ତାକୁ ଧରିବା ଲାଗି ତନାଘଦା ଚଳାଇଛି ପୁଲିସ । ଏଭଳି ଘଟଣା ଘଟିଛି ବଡ଼ଗଡ଼ ଥାନା ଅଚଂଳରେ । ପୁଲିସ ରିପୋର୍ଟ ଅନୁସାରେ, ଚିଁଟୁ ମହାନ୍ତି ନାମକ ଯୁବକଙ୍କ ସହ ରୁଦ୍ରଙ୍କର ପୂର୍ବରୁ ଝଗଡ଼ା ହୋଇଥିଲା । ଏହି ରାଗରେ ଚିଁଟୁ ସନ୍ଧ୍ୟାରେ ଅଚାନକ ପହଁଚି ତାଙ୍କୁ ଛୁରାମାଡ଼ କରିଥିଲା । ରକ୍ତାକ୍ତ ଅବସ୍ଥାରେ ରୁଦ୍ର ପଡିଥିବା ବେଳେ ଚିଁଟୁ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ପୁଲିସକୁ ଜଣାଇବା ପରେ ପୁଲିସ ଘଟଣାର ଖୋଳତାଡ କରୁଛି ।