ସମ୍ବଲପୁର(ଏଟିଆର ବ୍ୟୁରୋ): ଉଚ୍ଚପଦରେ ଥିବା ଜଣେ ତହସିଲଦାର ଅତିରିକ୍ତ ତହସିଲଦାରଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଅଧାର କରି ଅଭିଯୁକ୍ତ ତହସିଲଦାରଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲଣ କରିଛି । ସୂଚନା ଅନୁସାରେ ସମ୍ବଲପୁର ରଙ୍ଗାଲି ତହସିଲଦାର ପ୍ରଫୁଲ ବେହେରା ଜଣେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଗତ କାଲି ରାତିରେ ଅସଦାଚରଣ କରିଥିଲେ । ଏହାକୁ ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗକୁ ଅଧାର କରି ଗତକାଲି ବିଳମ୍ବିତ ରାତିରେ ପ୍ରଫୁଲଙ୍କୁ ଗିରଫ କରାଯାଇ କୋର୍ଟ ଚାଳଣ କରି ସମ୍ବଳପୁର ଜେଲ ପଠାଯାଇଛି । ମହିଳା ଜଣଙ୍କ ଅବିବାହିତା ଥିବାରୁ ଧନୁପାଲି ଅଞ୍ଚଳରେ ଘର ଭଡା ନେଇ ଏକୁଟିଆ ରହୁଥିଲେ । ଏହାର ସୁଯୋଗ ନେଇ ପ୍ରଫୁଲ ମହିଳା ତହସିଲଦାରଙ୍କ ଘରେ ପଶି ତାଙ୍କ ସହିତ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ । ଏହାକୁ ମହିଳା ଜଣଙ୍କ ବିରୋଧ କରିବାରୁ ତହସିଲଦାର ତାଙ୍କୁ ଗାଳିଗୁଳଜ କରିଥିଲେ । ଏହା ପରେ ମହିଳା ଜଣଙ୍କ ଧନୁପଲି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।