ବାଲେଶ୍ୱର (ଏଟିଆର ବ୍ୟୁରୋ); ପିଲାବେଳେ ସ୍କୁଲରେ ସାରେ ପିଲାଙ୍କୁ ଆଣଣ୍ଠୁଆ ବସଉଥିବା ଦେଖିଥିବେ । କିନ୍ତୁ ପ୍ରଥମେ ଥର ଲାଗି ଏଭଳି ଏକ ଦୃଶ୍ୟ ନଜର ଆସିଛି କି ପେଟ୍ରୋଲ ପମ୍ପରେ ଯୁବକଙ୍କୁ ଆଣ୍ଠେଇବା ଦେଖିବାକୁ ମିଳିଛି । ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ କି ମାତ୍ର ୫ଟଙ୍କା ପାଇଁ ଏଭଳି ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଅଭାବନୀୟ ଘଟିଛି ବାଲେଶ୍ୱର ଜିଲ୍ଳା ସୋର ଅଞ୍ଚଳରେ । ପୋଲିସ ଖବର ପାଇବା ପରେ ଯୁବକଙ୍କୁ ଉଦ୍ଧାର କରିଛି । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।
ପୋଲିସ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ତିନିଜଣ ଯୁବକ ଆସି ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ଏକ ରିଲାଏନ୍ସ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ । ସେମାନେ ୯୫ ଟଙ୍କାର ତେଲ ପକାଇଥିଲେ । କିନ୍ତୁ ସେମାନେ ୧୦୦ ଟଙ୍କା ଦେଇଥିଲେ । ତେବେ ପେଟ୍ରୋଲ ପମ୍ପ କର୍ମଚାରୀ ସେମାନଙ୍କୁ ୨ଟି ଦୁଇଟଙ୍କିଆ ଏବଂ ଗୋଟିଏ ଟଙ୍କିଆ କଏନ ଦେଇଥିଲେ । ତେବେ ଯୁବକମାନେ କହିଥିଲେ କି ଆମକୁ ପାଞ୍ଚ ଟଙ୍କିଆ କଏନ ଦରକାର । କିନ୍ତୁ ପେଟ୍ରୋଲ ପମ୍ପ କର୍ମଚାରୀ ଦେବାକୁ ମନା କରିବାରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଗଣ୍ଡଗୋଳ ଏତେ ଆଗକୁ ଚାଲି ଯାଇଥିଲା କି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଏଣୁ ପେଟ୍ରୋଲ କର୍ମଚାରୀମାନେ ସେମାନଙ୍କୁ ଆଣଣ୍ଠୁଆ ବସାଇଦେଇଥିଲେ । ପରେ ଲୋକ ଗହଳି ହୋଇଥିଲା ଏବଂ ପୋଲିସ ଖବର ପାଇ ଯୁବକଙ୍କୁ ଉଦ୍ଧାର କରିଥିଲା ।