ମାଲକାନାଗିରି(ଏଟିଆର ବ୍ୟୁରୋ): ଓଡିଶା- ଆନ୍ଧ୍ରର ସୀମାନ୍ତରେ ଗ୍ରେହାଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗତ କାଲି ଗୁଳି ବିନିମୟ ହୋଇଛି । ସୂଚନା ଅନୁସାରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ୨୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରୁଥିବା ବେଳେ ଗତକାଲି ଆନ୍ଧ୍ର ଗ୍ରେହାଯବାନ ଓ ସ୍ପେଶାଲ ପ୍ରୋଟେକ୍ସନ ଫୋର୍ସର ମିଳିତ ଅପରେସନରେ କରାଯାଇଥିଲା । ଗତକାଲି ଆନ୍ଧ୍ର ଗ୍ରେହାଯବାନ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ଜି. କେ. ବିଧି ଥାନା ଅନ୍ତର୍ଗତ ମାଡ଼ିଗାମାଲୁ ଗାଁରୁ ପ୍ରାୟ ୫ କିଲୋମିଟର ଦୂର ଏକ ଜଙ୍ଗଲରେ ମାଓବାଦୀ ମାନେଙ୍କର କ୍ୟାମ୍ପ ଥିବାର ଜଣିବାକୁ ପାଇଥିଲେ । ଏହା ପରେ ଗ୍ରେହାଯବାନ ଦ୍ୱାରା ଅପରେସନ ଆରମ୍ଭ କରାଯାଇଥିଲା ।
ପ୍ରାୟ ୩୦ମିନିଟ ପର୍ଯ୍ୟନ୍ତ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହା ପରେ ସୁରକ୍ଷା କର୍ମୀଙ୍କ ଗୁଳି ମାଡରେ ଦୁଇ ମାଓବାଦୀ ମୃତୁ ବରଣ କରିଥିଲେ । ଘଟଣା ସ୍ଥଳରୁ ୩ଟି ବନ୍ଧୁକ ଓ ଅନେକ ନକ୍ସଲ ସାମଗ୍ରୀ ଜବତ ହୋଇଛି । ଏହି ଅପରେସନ ପରେ ଆନ୍ଧ୍ର ସୀମାନ୍ତରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି । ଏହା ସହ ଓଡିଶା ପୋଲିସ ମାଲକାନାଗିର ସୀମାନ୍ତକୁ ସିଲ କରିଦେଇଛି ।