ବାଲେଶ୍ୱର (ଏଟିଆର ବ୍ୟୁରୋ); ପୁଣି ଅଲୋଡା ହେଲେ ଶିଶୁ କନ୍ୟା । ରାସ୍ତା କଡରେ ଫୋପାଡି ଦେଇ ଚାଲିଗଲେ । ତେବେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଅନନ୍ତପୁର-ବାସୁଦେବପୁର ରାସ୍ତାରେ । ଶିଶୁ ଦ୍ୱୟଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିବା ପରେ ଚାଇଲ୍ଡ ଲାଇନକୁ ଫୋନ କରିଛନ୍ତି । କିନ୍ତୁ ଏବେ ଶୁଣିବାକୁ ମିଳୁଛି କି ଉଦ୍ଧାର ହୋଇଥିବା ଶିଶୁଦ୍ୱୟ ଗାଏବ ହୋଇଯାଇଛନ୍ତି । ସେମାନଙ୍କ ଉଦ୍ଧାର କରି ପାଖରେ ରଖିଥିବା ଉଦ୍ଧବ ନାୟକଙ୍କ ପତ୍ତା ମିଳୁନାହିଁ । ପୋଲିସ ଖବର ପାିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସ୍ଥାନୀୟ ଲୋକ ଶିଶୁଙ୍କ କାନ୍ଦ ସ୍ୱର ଶୁଣିଥିଲେ । ଏହାପରେ କିଛି ସ୍ଥାନୀୟ ଲୋକ ରାସ୍ତାକଡରେ ଶିଶୁଦ୍ୱୟଙ୍କୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର କରିବା ପରେ ଉଦ୍ଧବ ନାୟକ ଶିଶୁ ଦ୍ୱୟଙ୍କୁ ନିଜ ଘରକୁ ନେଇ ଯାଇଥିଲେ । ସ୍ଥାନୀୟ ଲୋକ ଚାଇଲ୍ଡଲାଇନକୁ ଖବର ଦେଇଥିଲେ । ତେବେ ଚାଇଲ୍ଡଲାଇନ ଆସିବା ପୂର୍ବରୁ ଉଦ୍ଧବ ଗାଏବ ହୋଇଯାଇଛନ୍ତି । ତେବେ ସେ ନିଜେ ନେଇ ପଳାଇଛନ୍ତି କି ଆଉ କେହି ନେଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଉଦ୍ଧବ ଘରନଥିବାରୁ ସେ ନେଇ ପଳାଇଥିବା ଅନୁମାନ କରାଯାଇଛି । ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।