ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ୨ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ପୁଲିସ ଇନଫର୍ମରକୁ ଆକ୍ରମଣ କରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଉଭୟଙ୍କ ପାଖରୁ ଗାଡି ଓ ମୋବାଇଲ ସମେତ ଏକ ନକଲି ବନ୍ଧୁକ ଜବତ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଲେ କଟକ ଖପୁରୀଆର ସଞ୍ଜୟ ନାୟକ ଓ ରସୁଲଗଡ଼ର ବିଶ୍ୱନାଥ ପଣ୍ଡା ।
ପୁଲିସ ରିପୋର୍ଟ ଅନୁସାରେ, ନୟାପଲ୍ଲୀ ଥାନା ପୁଲିସ ଏହି ଗ୍ୟାଙ୍ଗର କେତେକଙ୍କୁ ଗିରଫ କରିଥିଲା । ତେବେ ସେମାନେ ବେଲରେ ଆସିବା ପରେ ଜଣେ ଯୁବକଙ୍କୁ ଟାର୍ଗେଟ କରିଥିଲେ । ସେହି ହିଁ ପୁଲିସକୁ ସୂଚନା ଦେଇଛି ଓ ତାକୁ ଇନଫର୍ମର ଭାବି ୫ଜଣ ଦୁର୍ବୃତ୍ତ ହୋଟେଲ ମେ’ଫେୟାର ପାଖରେ ମାଡ଼ ମାରିଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଥମେ ଜଣଙ୍କୁ ଗିରଫ କରିଥିଲା । ତାକୁ ପଚରାଉଚରା କରାଯିବା ପରେ ଅନ୍ୟ ଜଣକ ରସୁଲଗଡ଼ରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା ।
ଗୁରୁବାର ରାତିରେ ପୁଲିସ ରସୁଲଗଡ଼ରେ ଚଢ଼ାଉ କରିଥିଲେ ବି କୌଣସି କାରଣରୁ ସୂଚନା ପାଇ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲା । କିନ୍ତୁ ସେଠାରୁ ଅଭିଯୁକ୍ତର ଭାଇକୁ ଗିରଫ କରିଛି ପୁଲିସ । ସେ ବି ସମାନ ଘଟଣାରେ ଜଡିତ ବୋଲି ପୁଲିସ କହିଛି । ତା’ ପାଖରୁ ଅବିକଳ ଦେଖାଯାଉଥିବା ଏକ ଖେଳଣା ବନ୍ଧୁକ ଜବତ ହୋଇଛି ।