କଟକ (ଏଟିଆର ବ୍ୟୁରୋ); ରାଜ୍ୟରେ ନିର୍ବାଚନ ସରିବାର ଗୋଟିଏ ଦିନ ହୋଇନି କେନ୍ଦ୍ରାପଡା ଲୋକସଭା ସାଂସଦ ହୋଇଥିବା ଅନୁଭବ ମହାନ୍ତିଙ୍କୁ ଆସିଛି ହତ୍ୟା ଧମକ । କେହି ଦୁର୍ବୃତ୍ତ ତାଙ୍କୁ ହ୍ୱାଟ୍ସଆପରେ ଏଭଳି ଧମକ ଦେଇଥିବା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ଅନୁଭବ । ଦୁର୍ବୃତ୍ତ ତାଙ୍କୁ ମେସେଜ କରିଛି କି ୧୦ ଲକ୍ଷ ଦେବା ପାଇଁ । ଯଦି ଟଙ୍କା ନଦେବ ତାହେଲେ ହତ୍ୟା କରାଯିବ । ଏହି ମେସେଜ ପାଇବା ପରେ ଅନୁଭବ ଥାନାରେ ଯାଇ ଅଭିଯୋଗ କରିଛନ୍ତି । ତେବେ କିଏ ଏହି ଦୁର୍ବୃତ୍ତ? କେଉଁ କାରଣରୁ ଏଭଳି କରିଛି ସବୁ କିଛି ତଥ୍ୟ ପାଇଁ ତଦନ୍ତ ଚଳାଇଛି ପୋଲିସ । ଏହି ଘଟଣା ପ୍ରଚାର ହେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।
ଅଭିନେତାରୁ ରାଜନୀତି ମଇଦାନରେ ପାଦ ଦେଇଛନ୍ତି ଅନୁଭବ ମହାନ୍ତି । ସେ ଚଳିତ ନିର୍ବାଚନରେ ପ୍ରଥମଥର ଲାଗି କେନ୍ଦ୍ରାପଡାରୁ ସାଂସଦ ଭାବରେ ନିର୍ବାଚନ ଲଢ଼ିଛନ୍ତି । ପୂର୍ବରୁ ଯଦିଓ ସେ ରାଜ୍ୟସଭା ସାଂସଦ ଭାବରେ କାମ କରିଛନ୍ତି ତେବେ ନିର୍ବାଚନ ମଇଦାନରେ ନୂଆ ମୁହଁ । ସେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ବୈଜୟନ୍ତ ପଣ୍ଡା ଏବଂ ଧରଣୀଧରଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରିଛନ୍ତି । ଗତକାଲି ଅନୁଭବ ମହାନ୍ତିିଙ୍କ ଭାଗ୍ୟ ଇଭିଏମ ମେସିନରେ ବନ୍ଦ ହୋଇଛି । ଆସନ୍ତା ମେ’୨୩ରେ ଭାଗ୍ୟ ଫଳାଫଳ ବାହାରିବ । ତେବେ ଫଳାଫଳ ବାହାରିବା ପୂର୍ବରୁ କିଏ ଏବଂ କାହିଁକି ଏଭଳି କରିଛି ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।