ରାଉରକେଲା(ଏଟିଆର ବ୍ୟୁରୋ): ପିଲା ଚୋର ଭାବି ଲୋକ ମାନେ ଯାହାକୁ ନାଇଁ ତାକୁ ମାଡ ମାରୁଛନ୍ତି । ଏଭଲି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ତେବେ ଜଣେ ମାନସିକ ବିକୃତ ଯୁବକଙ୍କୁ ପିଲା ଚୋର ଭାବି ମାଡ ମାରିବା କେତେ ଦୂର ଠିକ । ସୂଚନା ଅନୁସାରେ ରାଉରକେଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚଟକଟୋଲା ଜଣେ ଯୁବକଙ୍କୁ ଗ୍ରାମବାସୀ ମାନେ ବୁଲୁଥିବାର ଦେଖିଥିଲେ । ଏହା ପରେ ଗ୍ରାମବାସୀ ମାନେ ଯୁବକ ଜଣଙ୍କୁ ପଚରାଉଚରା କରିଥିଲେ । ହେଲେ ଯୁବକ ଜଣଙ୍କ ମାନସିକ ବିକୃତ ହୋଇଥିବାରୁ ଭଲ ଭାବରେ ପରିଚୟ ଦେଇପାରି ନଥିଲେ ।
ଏହା ପରେ ଗ୍ରାମବାସୀ ମାନେ ଯୁବକଙ୍କୁ ଅଟକ ରଖି ପିଲା ଚୋର ଭାବି ନିସ୍ତୁକ ମାଡ ମାରିଥିଲେ । କିଛି ସମୟ ମାଡ ମାରିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା । ବିଭିନ୍ନ ଜାଗାରେ ଏହି ଭଲି ଘଟଣା ଦେଖିବାକୁ ମିଳୁଛି ହେଲେ ପୋଲିସ କି ପ୍ରସାଶନ ଏଥି ପ୍ରତି କୌଣସି ପଦକ୍ଷପ ଗ୍ରହଣ କରୁନାହିଁ । ଫଲରେ ଏଭଲି ଅତ୍ୟାଚାର ଦିନକୁ ଦିନ ବଢିବାର ଲାଗିଛି ।