ଜଗତସିଂହପୁର (ଏଟିଆର ବ୍ୟୁରୋ); ଗଣ୍ଡଗୋଳ କରୁଥିଲେ ଯୁବକ । ଗାଁଲୋକ ଆସି ବାନ୍ଧି ପକାଇଥିଲେ । ଏହାପରେ ତାଙ୍କୁ ବାଡେଇ ବାଡେଇ ମାରିଦେଲେ । ଜଗତସିଂହପୁର ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁରୁ ଆସିଛି ଏଭଳି ଅଭିଯୋଗ । ମୃତ ଯୁବକ ହେଲେ ବନ୍ଧନ ମହାନ୍ତି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ମୃତକଙ୍କ ପରିବାର ପକ୍ଷରୁ ଗାଁଲୋକ ଲୋକଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ପୋଲିସର ତଦନ୍ତ ଜାରି ।
ମଙ୍ଗଳବାର ରାତିରେ ବନ୍ଧନ ଖାଇସାରିବା ପରେ ଗାଁର ଏକ ଦୋକାନକୁ ସିଗାରେଟ ଆଣିବା ପାଇଁ ଯାଇଥିଲେ । ଦୋକାନୀ ସହିତ ବନ୍ଧନଙ୍କ ପାଟିତୁଣ୍ଡ ହୋଇଥିଲା । ଏହାପରେ ଉଭୟ ହାତାହାତି ମଧ୍ୟ ହୋଇଥିଲେ । ପାଟିଶୁଣି ଗାଁଲୋକ ଦୌଡି ଆସିଥିଲେ । ଏବଂ ବନ୍ଧନଙ୍କୁ ଧରି ବାନ୍ଧି ପକାଇଥିଲେ । ବାନ୍ଧିବା ପରେ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ ବୋଲି ଅଭିଯୋଗ ହୋଇଛି ।
ଗାଁଲୋକଙ୍କ ମାଡରେ ବନ୍ଧନଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେବେ ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏହି ଘଟଣାରେ ଗାଁଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ପୋଲିସ ତଦନ୍ତ ଆରମ୍ଭ କରିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣା ପଡିଯିବ ।