ମୋରଡା (ଏଟିଆର ବ୍ୟୁରୋ); ସାଧାରଣ ଜନତାଙ୍କ ଧନ ଜୀବନକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଥାନ୍ତି ପୋଲିସ । ମୋଟା ଅଙ୍କର ଦରମା ଉଠାଇଥାନ୍ତି । କିନ୍ତୁ ଅଧିକାଂଶ ସମୟରେ ସାଧାରଣ ଜନତାଙ୍କୁ ପୋଲିସ ହତାଦର କରୁଥିବାର ଚିତ୍ର ଦେଖିବାକୁ ମିଳୁଛି । ଆଜି ସକାଳେ ମୋରଡା ଥାନା ଅଧିନରେ ଥିବା ଚିକିମାଟିଆ ପଞ୍ଚାୟତର ଘୁଡାବନ୍ଧା ଖୁଣ୍ଟାପାଳ ଗାଁରେ ଡବଲ ମର୍ଡର ହୋଇଛି । ତେବେ ପୋଲିସକୁ ଆଗୁଆ ଖବର ଦେଇଥିଲେ ସୁଦ୍ଧା ଖାମ ଖିଆଲି ପାଇଁ ଚାଲି ଯାଇଛି ଦୁଇ ଜୀବନ । ଗାଁଲୋକ ପୋଲିସକୁ ଅଟକ ରଖିଛନ୍ତି ।
ସୂଚନା ଅନୁଯାୟୀ,ପୂର୍ଣ୍ଣଚନ୍ଦ୍ର ମହାନ୍ତ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ଏବଂ ପତ୍ନୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛି । ମୃତକ ହେଲେ ସ୍ତ୍ରୀ ମମତା ମହାନ୍ତ ଓ ଶାଶୁ ସୁନିତା ମହାନ୍ତ । ପାରିବାରିକ କଳହର ଏହା ହେଉଛି କରୁଣ ପରିଣତି । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କରାଯାଇଥିବା ଶୁଣିବାକୁ ମିଳୁଛି । ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖିଛି ।
ଅଭିଯୁକ୍ତ ନିଜ ସ୍ତ୍ରୀ ମମତାଙ୍କୁ ସବୁବେଳେ ସନ୍ଦେହ ଦୃଷ୍ଟିରେ ଦେଖି ଆସୁଥିଲା । ସବୁଦିନ ମଦ ପିଇକି ଆସିବା ପରେ ମାଡ ମାରେ । ପର ପୁରୁଷ ସହ ସମ୍ପର୍କ ରହିଥିବା ଭାବି ମାଡ ମାରିଥାଏ ପୂଣ୍ଣଚନ୍ଦ୍ର । ମାଡ ଭୟରେ ବାପା ଘରେ ଆସି ରହିଥିବା ମମତାଙ୍କୁ ଗତକାଲି ରାତିରେ ପୂର୍ଣ୍ଣଚନ୍ଦ୍ର ଆସି ମାଡ ମାରିବା ସହିତ ହତ୍ୟା କରିବା ପାଇଁ ଧମକ ଦେଇଥିଲା ।
ହତ୍ୟା ଧମକ ଦେବା ପରେ ମମତା ଏବଂ ତାଙ୍କ ମା ଡରି ଯାଇଥିଲେ । ସେମାନେ ଏନେଇ ପୋଲିସରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଏହାକୁ ଅଣଦେଖା କରିଥିଲା । ସେମାନଙ୍କ କଥା କିଛି ଶୁଣିନଥିଲା । ଏହି ଘଟଣାକୁ ଖାମ ଖିଆଲି ଭାବରେ ନେଇଥିଲା ପୋଲିସ । ଶେଷରେ ଏହି ପିଲାଳିଆମି ପାଇଁ ଅକାଳରେ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି । ପୋଲିସର ଏଭଳି କାମକୁ ସାଧାରଣରେ ନିନ୍ଦା କରାଯାଉଛି ।