ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ଜଣେ ଅଜଣା ମହିଳାଙ୍କ ଅଧା ପୋଡା ମୃତ ଦେହ ଉଦ୍ଧାର କରାଯାଇଛି । କେହି ତାଙ୍କୁ ହତ୍ୟା କରିବା ପରେ ପୋଡି ଦେବା ପାଇଁ ଚେଷ୍ଟା କରିଥିଲା । ତେବେ କୌଣସି କାରଣରୁ ଅଧା ପୋଡିଥିବା ସମୟରେ ଛାଡି ପଳାଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ସଇନଇ ୧୬ ନମ୍ବର ଜାତୀୟ ରାଜପଥ କଡରୁ ଉଦ୍ଧାର କରାଯାଇଛି ଏହି ମହିଳାଙ୍କ ମୃତ ଦେହ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ଶନିବାର ସକାଳେ ସ୍ଥାନୀୟ ଲୋକ ମହିଳାଙ୍କ ମୃତ ଦେହକୁ ଦେଖିଥିଲେ । ଅଧା ପୋଡା ମହିଳାଙ୍କୁ ପ୍ରଥମେ ସେମାନେ ଚିହ୍ନିବା ପାଇଁ ଚେଷ୍ଠା କରିଥିଲେ । ତେବେ ସେ ସ୍ଥାନୀୟ ଅଞ୍ଚଳର ନୁହେଁ ବୋଲି ଜାଣିପାରିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ରାସ୍ତା କଡରେ ମୃତ ଦେହ ପଡି ରହିଥିବାରୁ ଲୋକଙ୍କ ଭିଡ ଜମି ଯାଇଥିଲା ।
କେହି ଦୁର୍ବୃତ୍ତ ଗତକାଲି ରାତିରେ ମାରିବା ପରେ ଟାୟାର ଲଗାଇ ପୋଡିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଏଥିରେ ବିଫଳ ହୋଇଥିଲା । ଅଧା ପୋଡା ସମୟରେ ଛାଡି ପଳାଇଛି । ମହିଳାଙ୍କ ମୃତ ଦେହର ୬୦ ଶତକଡା ପୋଡି ଯାଇଛି । ତେବେ କିଏ ଏବଂ କାହିଁକି ଏଭଳି କରିଛି ତାକୁ ନେଇ ଲୋକଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ଉଠିଛି । କେହି କେହି କହୁଛନ୍ତି କି ଦୁଷ୍କର୍ମ କରିବା ପରେ ପୋଡି ଦେଇଛନ୍ତି । ତେବେ ପୋଲିସର ତଦନ୍ତ ପରେ ସବୁ କିଛି ଜଣା ପଡିବ ।