ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁଣି ଜଣେ ଥାନା ଅଧିକାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଅଣିଛନ୍ତି ଜଣେ ମହିଳା । । ସୂଚନା ଅନୁସାରେ କପ୍ତିପଦା ଏଏସଆଇ ଶୁଭେନ୍ଦୁ ବେହେରା କପ୍ତିପଦା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ମହିଳାଙ୍କ କହିବା ଅନୁସାରେ ଗତ ମେ ମାସ ୧୨ ତାରିଖରେ ବିଳମ୍ବିତ ରାତିରେ ଏଏସଆଇ ଶୂଭେନ୍ଦୁ ବେହେରା ମହିଳା ରହୁଥିବା ଘର ଭିତରେ ପଶି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏଏସଆଇ ଓ ତାଙ୍କ ସାଥୀ ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ମାଡ ମାରିଥିବା କଥାବି ଅଭିଯୋଗ କରିଛନ୍ତି ମହିଳା । ଏହା ସହ ପୋଲିସ ତାଙ୍କ ଘର ସିସିଟିଭି ଫୁଟେଜ ନେଇଯାଇ ଥିବାର ମଧ୍ୟ ଅଭିଯୋଗ ହୋଇଛି ।
ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସରେ ପହଞ୍ଚିଥିଲେ ମହିଳା ଜଣଙ୍କ । ଏହା ପୂର୍ବରୁ ସେ ରାଜ୍ୟ ମାନବ ଅଧିକାର କମିସନଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀ ଏହି ଅଭିଯୋଗକୁ ଶୁଣିବା ପରେ ତୁରନ୍ତ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଘଟଣାଟିର ତଦନ୍ତ କରାଯାଇ ଦୃଢ କାର୍ଯ୍ୟଅନୁଷ୍ଠନ ଗ୍ରହଣ କରାଯିବ ବୋଲିି ପ୍ରତିଶୃତି ଦେଇଛନ୍ତି । ସେପଟେ ଏଏସଆଇ ଶୁଭେନ୍ଦୁ ବେହେରା ଏହା ଏକ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି ।