ବାଲେଶ୍ୱର (ଏଟିଆର ବ୍ୟୁରୋ); ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ କେନାଲରେ ଫୋପାଡି ଦେଇଥିବା ଅନୁମାନ କରିଛି ପୋଲିସ । ଉଦ୍ଧାର ହୋଇଥିବା ଯୁବତୀଙ୍କ ଦେହରେ କ୍ଷତ ବିକ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି ।ମଙ୍ଗଳବାର ସକାଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ପଞ୍ଚାୟତର ବାରୁଙ୍ଗପଦା ଅଞ୍ଚଳରୁ ଆସିଛି ଏଭଳି ଘଟଣା । କେନାଲରେ ଭାସୁଥିବା ଯୁବତୀଙ୍କ ମୃତ ଦେହ ସ୍ଥାନୀୟ ଲୋକ ଉଦ୍ଧାର କରିବା ପରେ ପୋଲିସକୁ କବର ଦେଇଥିଲେ ।
ଆଜି ସକାଳେ ସ୍ଥାନୀୟ ଲୋକ କେନାଲରେ ଯୁବତୀଙ୍କ ଦେହ ଭାସୁଥିବାର ଦେଖିଥିଲେ । କାଳେ କିଏ ଭାସିଯାଉଛି ଭାବି ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ତେବେ ଯୁବତୀ ଜଣକ ମୃତ ବୋଲି ଜାଣିବା ପରେ ସେମାନେ ପୋଲିସକୁ କବର ଦେଇଥିଲେ । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ଯୁବତୀଙ୍କ ମୃତ ଦେହରେ କ୍ଷତ ଦାଗ ରହିଛି ।
ଏଣୁ ସିମୁଳିଆ ଥାନା ପୋଲିସ ଅନୁମାନ କରୁଛି କି କେହି ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିବା ପରେ ଫୋପାଡି ଚାଲି ଯାଇଛନ୍ତି । ଅପରପକ୍ଷରେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଏଭଳି କରିଥିବା ଅନୁମାନ କରାଯାଇଛି । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ଜଣା ପଡିଯିବ ବୋଲି ସୂଚନା ଦେଇଛି ପୋଲିସ ।