କେନ୍ଦୁଝର(ଏଟିଆର ବ୍ୟୁରୋ): ଏତେ ପୋଲିସ ପ୍ରଶାସନ ଥାଇକିବି ବାରମ୍ବାର କାଙ୍ଗାରୁ କୋର୍ଟ ବସିବର ଦେଖିବାକୁ ମିଳୁଛି । ପୋଲିସ ଯେତେ କଠୋର ହେଲେ ମଧ୍ୟ ଲୋକ ମାନେ ଅଭିଯୁକ୍ତ ମାନଙ୍କୁ ନିଜ ହାତରେ ସାସ୍ତି ଦେଉଛନ୍ତି । କେଉଁଠି ଡାହାଣି ସନ୍ଦେହରେ ତ ଆଉ କେଉଁଠି ଚୋର ଭାବି ଲୋକ ମାନଙ୍କୁ ମାଡ ମରା ଯାଉଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ।
ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା କରଞ୍ଜିଆ ରରୁଆଁ ଥାନା ଡାହାଣିଗାଡ଼ିଆ ଗାଁର ଛେଳି ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ମାଡ ମାରିଛନ୍ତି ଗ୍ରାମବାସୀ ମାନେ । ଆଜି ସକାଳୁ ଗ୍ରାମରେ ଏକ ଛେଳି ଚୋରି ହୋଇ ଥିବାର ଜଣାପଡିବା ପରେ ଗ୍ରାମବାସୀ ମାନେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍ ଆହରପଡା ଗାଁର ଜଣେ ଯୁବକଙ୍କୁ ଚୋରି କରିଥିବାର ସନ୍ଦେହ କରି ଗୋଟିଏ ଗଛ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । କେବଳ ମାଡ ମାରି ନଥିଲେ ଏହା ସହ ମାଡ ମାରୁଥିବାର ଭିଡିଓ କରି ଏହାକୁ ସୋଶାଲ ମିଡିଆରେ ଭାଇରାଲ କରାଇ ଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହ ଘଟଣାଟିର ତଦନ୍ତ ଆରମ୍ଭ କରିଛି ।