ଭୁୁବନେଶ୍ୱର,(ଏଟିଆରବ୍ୟୁରୋ): ପୁଣି ରାଜଧାନୀରେ ମର୍ଡର । ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡରେ ଘଟିଛି ହତ୍ୟାକାଣ୍ଡ । ଜଣେ ଦୋକାନୀକୁ ପିଟିପିଟି ହତ୍ୟା କରାଯାଇଛି । ମୃତଯୁବକଙ୍କ ନାଁ ଧନେଶ୍ୱର ଦାସ ବୋଲି ଜଣାପଡିଛି ।
ସେ ଶିବ ମନ୍ଦିର ପୂଜକଙ୍କ ପୁଅ ବୋଲି ଶୁଣିବାକୁ ମିଳିଛି । ତାଙ୍କ ଭାଇଙ୍କ କହିବାନୁସାରେ ରାତି ପ୍ରାୟ ୧୨ଟାରେ ଏହି ଘଟଣା ଘଟିଛି । ୨ଜଣ ଯୁବକ ଏକ ଧଳା ରଂଗର କାରରେ ଆସି ଧନେଶ୍ୱରଙ୍କୁ ଦୋକାନରୁ ଉଠାଇଥିଲେ । ଏହାପରେ ସେମାନେ ଅତର୍କିତ ଆକ୍ରମଣ କରିଥିଲେ । ପୂବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି ।
ସୂଚନାଯୋଗ୍ୟ, ଠିକ ୭ଦିନ ତଳେ ଖାରବେଳନଗର ଅଂଚଳରେ ମଧ୍ୟ ଜଣଙ୍କୁ ହତ୍ୟା କରାଯାଇଥିଲା । ଯାହାର ଏଯାବତ୍ ସୁରାକ ମିଳିନି ।