ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ କ୍ରୁଟକୁ ମିଳିଲା ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ । ମହିଳା ଓ ତୃତୀୟଲିଙ୍ଗକୁ ନିୟୋଜିତ କରି ଲିଙ୍ଗଗତ ସମାନତା ପାଇଁ କ୍ରୁଟ୍ ଉଦାହରଣ ସୃଷ୍ଟି କରିଛି । କ୍ରୁଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।
ଦୀର୍ଘ ୫ ବର୍ଷ ଧରି ଲିଙ୍ଗଗତ ଭେଦଭାବକୁ ଗୁରୁତ୍ୱ ଦେବା ସହ ଗମନାଗମନ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ କରିଆସୁଥିବାରୁ କ୍ରୁଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।