କଟକ (ଏଟିଆର ବ୍ୟୁରୋ): ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଆରମ୍ଭ ହେଉଛି କଟକ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ଆଗକାଳରେ ଓଡିଆ ଘରର ସାଧବ ପୁଅମାନେ ବୋଇତରେ ବେପାର ବଣିଜ କରିବାକୁ ଯାଉଥିଲେ । ଯାହାର ସ୍ମୃତିରେ କାହିଁ କେଉଁ କାଳରୁ ବାଲିଯାତ୍ରା ଅୟୋଜନ ହୋଇ ଆସୁଛି ।
ଏହି ସ୍ମୃତିକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳୁ କଟକ ବାରବାଟୀ ଏବଂ ଗଡକଡିଆ ଘାଟରେ ବୋଇତବନ୍ଦାଣ କାର୍ଯ୍ୟକ୍ରମ ହୋଇଥାଏ । ଏଠାରେ ସାତଦିନ ଯାଏଁ ଯାତ୍ରା ପଡିଥାଏ । କିନ୍ତୁ ଚଳିତ ବର୍ଷ ଏହି ଯାତ୍ର ଏଗାର ଦିନ ପର୍ଯ୍ୟନ୍ତ ହେବ ବୋଲି ସୂଚନା ମିଳିଛି ।
ପାଖାପାଖି ୪୪ ଏକର ଜମିରେ ତେରଶହରୁ ଅଧିକ ଷ୍ଟଲ ପଡିଛି । ଏଠାରେ ଛୁଞ୍ଚି ସୂତା ଠାରୁ ଆରମ୍ଭ କରି ସମସ୍ତ ରକମର ଘରକରଣା ଜିନିଷ ଆଦି ମିଳିବ । ସନ୍ଧ୍ୟା ସମୟରେ ଲୋକଙ୍କ ଭିଡ ଜମିବ ବୋଲି ଅନୁମାନ କରାଯାଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦବସ୍ତ କରାଯାଇଛି ।