କଟକ ( ଏଟିଆର ବ୍ୟୁରୋ): କଟକ ସରିଜ ମର୍ଡର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି । ଗତ କିଚିଦିନ ତଳେ ସାଇକୋ କିଲର ପୁରା ଟେନସନ ବଢାଇ ଦେଇଥିଲା ସିଲିଭର ସିଟିର । କମିସନରେଟ ପୋଲିସର ନିଦ ହଜାଇ ଦେଇଥିଲା । ଯାହାକୁ ନେଇ କମିସନରେଟ ପୋଲିସ ରାତି ଦିନ ଏକାଠି ପରି ହତ୍ୟାକାରୀକୁ ଧରିବା ପାଇଁ ଚଲାଇଥିଲା ସର୍ଚ୍ଚ ଅପରେସନ । ଶେଷରେ ନୟାଗଡରୁ ନୟାଗଡ଼ର ନାରାୟଣ ସାହୁଙ୍କୁ ଗିରଫ କରିଛି ପୋଲିସ । ହେଲେ ଏବେ ବି ନାରାୟଣ ତିନୋଟି ଯାକ ମର୍ଡରରେ ସଂପୃକ୍ତ କି ନାଁ ତାହା ବି ସ୍ପଷ୍ଟ ହୋଇ ନାହିଁ ।
ସୂଚନା ଅନୁସାରେ ନାରାୟଣଙ୍କର ଦୁଇଟି ମର୍ଡରରେ ସଂପୃକ୍ତି ରହିଥିବା ପ୍ରମାଣ ମିଳିଥିଲେ ସୁଦ୍ଧା ଆଉ ଆଉ ଏକ ମର୍ଡର କିଏ କରିଛି ତାକୁ ନେଇ ଉପୁଜିଛି ସନ୍ଦେହ । କଟକ ଓଏମ୍ପି ଛକ ଡବଲ୍ ମର୍ଡର ଘଟଣାରେ କମିଶନରେଟ୍ ପୁଲିସକୁ ସୁରାଗ୍ ମିଳିଛି। ସିରିଏଲ୍ କିଲିଂ ମାମଲାରେ ୪ ଦିନ ତଳୁ ଅଟକ ଥିବା ନୟାଗଡ଼ର ନାରାୟଣ ସାହୁ ହିଁ ହତ୍ୟାକାରୀ ବୋଲି ଦାବି କରିଛି ପୁଲିସ।ପୂର୍ବ ପ୍ରତିଶୋଧ ନେବାକୁ ବିଳମ୍ବିତ ରାତିରେ ନାରାୟଣ ହିଁ ଏହି ନାରକୀୟ କାଣ୍ଡ ଘଟାଇଥିବା ପୁଲିସ୍ କହିଛି। କଟକ ସିରିଏଲ କିଲିଂକୁ ନେଇ କମିଶନରେଟ୍ ପୁଲିସ୍ ଏନେଇ ସାମ୍ବାଦିକ ସମ୍ମିଳନୀରେ ଏ ଖୁଲାସା କରିଛନ୍ତି। ଘଟଣାସ୍ଥଳରୁ ଏକ କୁରାଢ଼ୀ ଓ ଦୁଇଟି ଗାମୁଛା ଜବତ ହୋଇଛି। ଜବତ ଗାମୁଛା ନାରାୟଣର ଏବଂ ଏଇ କୁରାଢ଼ୀରେ ହିଁ ସେ ହତ୍ୟାକାଣ୍ଡ ଘଟାଇଥିବା କଥା ପୁଲିସ ଆଗରେ ସ୍ୱୀକାର କରିଥିବା ଡିସିପି କହିଛନ୍ତି।
ଅନ୍ୟପଟେ ପୋଲିସ ନାରାୟଣଙ୍କୁ ମାନସୀକ ରୋଗୀ କି ନାଁ ତାହା ସ୍ପଷ୍ଟ କରି ନାହିଁ । ଯାହାକୁ ନେଇ ବିଜେପି ମୁହଁ ଖୋଲିଛି । ଆଇନଶୃଙ୍ଖଳା ପରିସ୍ଥିତି, ମର୍ଡ଼ର ମିଷ୍ଟ୍ରିର ରହସ୍ୟ ଭେଦ କରିବାରେ ପୋଲିସର ବିଫଳତା ପ୍ରତିବାଦରେ ଗୁରୁବାର ରାସ୍ତାକୁ ଓହ୍ଲାଇଥିଲା ଦଳ । ଅନ୍ୟପଟେ ଓଏମି ଛକରେ ହୋଇଥିବା ୩ଟି ଯାକ ହତ୍ୟାରେ ସମାନ ଅସ୍ତ୍ର ବ୍ୟବହାର ହୋଇଥିବା ଡିସିପି କହିଥିଲେ ବି ରାଣୀହାଟ ହତ୍ୟାକାଣ୍ଡରେ ନାରାୟଣର ସଂପୃକ୍ତି ନେଇ ପୁଲିସ ପାଖରେ ପ୍ରମାଣ ନଥିବାରୁ ପ୍ରକୃତରେ ସେ ତିନୋଟ ମର୍ଡରରେ ସାମିଲ ଅଛି କି ନାଁ ତାହା ମଧ୍ୟ ସମପେନ୍ସରେ ରହିଛି ।
ଏନେଇ ପୋଲିସ ନରାୟଣଙ୍କୁ ରିମାଣ୍ଡରେ ନେବ ବୋଲି ଜଣା ପଡିଛି । ଅନ୍ୟପଟେ ଅଭିଯୁକ୍ତ ନାରାୟଣଙ୍କ ମା ପେଲିସ୍କୁ ଆକୁଳ ନିବେଦନ କରି କହିଛନ୍ତି ଯେ, ‘ମୋ ପୁଅକୁ ଛାଡି ଦିଅ । ନାରାୟଣ ନିର୍ଦ୍ଦୋଶ । ପୁଅ ରକ୍ତ ଦାଖିଲେ ବେହୋସ ହୋଇଯାଏ, କଣ୍ଟା ଫୁଟିଗଲେ ଚେତା ହରାଏ । ମୋ ପୁଅ ପାଗଳ ହୋଇ ବୁଲୁଥିଲା ତାକୁ ଉଠାଇ ନେଇଛି ପୋଲିସ୍ । ନାରାୟଣ ୨୨ରେ ଘରକୁ ଆସି ଗାଁରେ ଥିଲା ସେ କେମିତି ଏ ସବୁ କରିବ’ ? ତାକୁ ଛାଡି ଦିଅ ବୋଲି ମା ସତ୍ୟଭାମା ସାହୁ ପଚାରିଛନ୍ତି ।