କଟକ(ଏଟିଆର ବ୍ୟୁରୋ): ସେ ମତେ ଆଉ ଭଲ ପାଉନି । ସେ ଆଉ କାହାକୁ ବାହା ହୋଇଯିବ । ତା ପାଇଁ ମୋ ଭଲପାଇବା କିଛି ନୁହେଁ । ଯୋଉଠି ଟଙ୍କା ସେଇଠି ସେ । ତେବେ ମୁଁ ବଞ୍ଚିବି କାଇଁ । ଏମିତି କହି ଶେଷକୁ ସେ ଡେଇଁ ପଡିଲେ ରେଳ ଧାରଣା ଉପରକୁ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ରାଉତପାଟଣାରୁ । ରାଉତ ପାଟଣାର ମନୋଜ ସ୍ୱାଇଁ ନାମକ ଜଷର ଯୁବକ ପ୍ରେମରେ ବିଫଳ ହେବାରୁ ଏମିତି କିଛି ଲାଇଭ ଙିଡିଓ କହି ରେଳ ଧାରଣାକୁ ଡେଇଁ ଆତ୍ମହତ୍ୟା କରିଛି ।
ସୂଚନା ଅନୁସାରେ ମନୋଜ ଦୁଇ ତିନି ବର୍ଷ ହେଲା ଜଣେ ଯୁବତୀଙ୍କୁ ପ୍ରେମ କରି ଆସୁଥିଲେ । ତାଙ୍କୁୂ ବିବାହ କରିବାକୁ ଚାହୁଁଥିଲେ । ଏବେ ଯୁବତୀ ଜଣଙ୍କ ଆଉ ଜଣଙ୍କୁ ପ୍ରେମ କରିବାରୁ ମନୋଜ ଏଥିରେ ଭାଙ୍ଗିପଡି ଛତ୍ରପୁର ରେଳ ଧାରଣାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ତେବେ ଗତକାଲି ଠାରୁ ଘରୁ ମନୋଜ ନିଖୋଜ ରହିଥିଲେ । ଆଜି ଛତ୍ରପୁର ରେଳ ଧାରଣା ପାଖରୁ ତାଙ୍କ କ୍ଷତାକ୍ତ ଶବ ମିଳିଥିଲା । ପାଖରେ ଏକ ମୋବାଇଲ ମଧ୍ୟ ପଡିଥିଲା । ଯୁବକ ଜଣଙ୍କ ମୋବାଇଲରେ ଲାଇଭ ଆତ୍ମହତ୍ୟା ଭିଡିଓ କରିଥିବା ଦେଖିବାକୁ ମିଳିଛି । ପାଖରୁ ଏକ ସୁଇ ସାଇଡ ନୋଟ ମଧ୍ୟ ଜିଆରପି ପୋଲିସ ଜବତ କରିଛି ।