ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସୁପର ସାଇକ୍ଲୋନର ରୂପ ନେଇଛି ବାତ୍ୟା ଅମ୍ଫାନ । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଏହା ସହ ସେ କହିଛନ୍ତି ପାରାଦ୍ୱୀପର ଦକ୍ଷିଣ ୭୮୦ କରିରହିଥିବା ବେଳେ ଘଣ୍ଟାକୁ ୮କିମି ବେଗରେ ଗତି କରୁଛି । ଆଜି ସଂନ୍ଧ୍ୟାରେ ସମୁଦ୍ର ଭିତରେ ଏହା ମହାବାତ୍ୟାର ରୂପ ନେବ । ଫଳରେ ଘଣ୍ଟାପ୍ରତି ୨୩୦ କିମି ପବନ ବହିବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । ଏହା ସହ ସେ କହିଛନ୍ତି ଏହାର ପ୍ରଭାବରେ ଆଜି ସଂନ୍ଧ୍ୟା ଠାରୁ ପୁରୀ, କେନ୍ଦ୍ରପଡା, ଗଞ୍ଜାମ,ଗଜପତି ଜିଲ୍ଲାରେ ବର୍ଷା ହେବ । ଏହା ସହ କାଲି ଠାରୁ ଉତ୍ତର ଓଡିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହି ବାତ୍ୟାଯୋଗୁଁ ଉତ୍ତର ଓଡ଼ିଶା ଅଧିକ ପ୍ରଭାବିତ ହୋଇପାରେ। ଅନ୍ୟପଟେ ବାତ୍ୟା ‘ଅମ୍ଫାନ୍’ ଯୋଗୁଁ ଦେଶର କେତେକ ଅଞ୍ଚଳରେ ଉପୁଜିବାକୁ ଥିବା ପରିସ୍ଥିତି ସମୀକ୍ଷା ସଂକ୍ରାନ୍ତରେ ଆଜି ଅପରାହ୍ଣ ୪ଟା ବେଳେ ଗୃହ ବ୍ୟାପାର ମନ୍ତ୍ରାଳୟ ଏବଂ ଜାତୀୟ ବିପର୍ପ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଡାକିଥିବା ଏକ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।