ପାରାଦୀପ (ଏଟିଆର ବ୍ୟୁରୋ): ଚର୍ଚ୍ଚାରେ ପାରାଦୀପ ରାଉତ ପରିବାର । ବାପା ପୁଅ ଓ ଝିଅକୁ ନେଇ ଚା ଖଟିରୁ ହାଟ ସବୁଠି ଚର୍ଚ୍ଚା । ଖବର ଟି ପ୍ରଥମରୁ ପଢୁ ପଢୁ ଆପଣ ଜାଣି ପାରିବେଣି ଆମେ କାହା କଥା କହୁଛୁ । ଖୋଦ ପାରାଦୀପ ବିଧାୟକ ଦାମଦୋର ରାଉତଙ୍କ କଥା କହୁଛୁ । ଶ୍ରୀ ରାଉତ ଗତ କାଲି ବିଜେପି ପକ୍ଷରୁ ବାଲିକୁଦା ଏରସମା ବିଧାନ ସଭା ମଣ୍ଡଳି ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଠିିକ ସେହିଦିନ ତାଙ୍କ ପୁଅ ସମ୍ବିତ ରାଉତରାୟ ମଧ୍ୟ ବିଜେଡି ପକ୍ଷରୁ ପାରାଦୀପ ବିଧାନ ସଭା ଆସନ ପାଇଁ ନାମାଙ୍କନ କରିଛନ୍ତି । ଆଉ ଅନ୍ୟପଟେ ଦାମ ରାଉତଙ୍କ ଝିଅ ପ୍ରିତିନନ୍ଦା ରାଉତ ରାୟ ଭୁବନେଶ୍ୱର ଉତ୍ତର ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦାକଲ କରିଥିବା ପ୍ରାର୍ଥୀ ପତ୍ରକୁ ପ୍ରତ୍ୟାହାର କରି ନେଇଛନ୍ତି ।
ତ ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଆସୁଥିବ ଏଥିରେ ଆଶ୍ଚର୍ଯ୍ୟ ୈହବାର କଥା ଆସିଲା କେଉଁଠୁ ?
କଥାଟା ଅଟକିଛି ଦାମଙ୍କ ନାମାଙ୍କନ ଭରିବା ସମୟରେ । ପ୍ରତିଥର ଦାମ ଯେତେବେଳେ ନାମାଙ୍କନ ଭରନ୍ତି ତାଙ୍କ ସହିତ ରହିଥାଏ ବିରାଟ ପଟୁଆରା ଆଉ ଶୋଭାଯାତ୍ରା । କିନ୍ତୁ ଗତକାଲି ଦେଖିବାକୁ ମିଳିଥିଲା ସମ୍ପୂର୍ଣ ବ୍ୟତିକ୍ରମ । ଦାମ ଏକା ଅତି ନିଡାମ୍ବର ସହିତ ନାମାଙ୍କନ ଭରବାକୁ ଆସିଥିଲେ । ଯାହା କିଛି ସମୟ ପାଇଁ ଏକ ବିରଟ ପ୍ରସଙ୍ଗ ପାଲଟି ଗଲା । ନିଜ ଆଇନ ପରାମଶ ର୍ଦାତାଙ୍କ ସହିତ ସେ ଏକା ଆସି ନାମାଙ୍କନ ଭରିଛନ୍ତି । ସେପଟେ ପୁଅ ସମ୍ବିତ ମଧ୍ୟ କାଲି ଏକ ବିରାଟ ଶୋଭାଯାତ୍ରାରେ ବିଜେଡି କର୍ମୀ ମାନଙ୍କ ସହିତ ଆସି ନାମାଙ୍କନ ଭରିଛନ୍ତି ।
ଏଠି ପ୍ରଶ୍ନ ଉଠୁଛି ଦାମ ବାବୁ ପୁଅ ସହିତ ମୁହାଁ ମୁହିଁ ହେଇଯିବ ବୋଲି ଏମିତି କରିଛନ୍ତି । ନାଁ ଏ ଭିତରେ ରହିଛି କିଛି ଅନ୍ୟ ଉଦେଶ୍ୟ । ଏଇ ବିଷୟରେ ଦାମ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ସେ ନିର୍ବାଚନ ସମୟରେ କେବେ ପ୍ରତିଦ୍ୱନ୍ଦୀକୁ ୂନଜର ଦିଅନ୍ତି ନାହିଁ । ବରଂ ନିଜ ନିତୀରେ ସେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ।
ସେପଟେ ଦାମଙ୍କ ଝିଅ ପ୍ରିତିନନ୍ଦା ରାଉତରାୟ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି କହିଛନ୍ତି ଯେ ସେ ସ୍ୱାଧୀନ ପ୍ରାର୍ଥୀ ଥିବାରୁ ନିର୍ବାଚନୀ ଚିହ୍ନ ବିଳମ୍ବ ହେବାରୁ ଏତେ କମ୍ ସମୟ ଭିତରେ ସେ ନୂଆ ଚିହ୍ନ ନେଇ ଲୋକଙ୍କ ପାଖରେ ପହଞ୍ଚି ବାରେ ଅସୁବିଧା ଆଶଙ୍କା ରହିଛି । ଏ ସବୁ ଭିତରେ କିନ୍ତୁ ଆଲୋଚନା କିଛି ଅଲଗା ହେଉଛି । ଦଳ ଅପେକ୍ଷା ଦାମ ବାବୁ ଆଉ ପୁଅର ରାଜନୈତିକ କ୍ୟାରିଅର କଥା ଭାବୁ ନାହାନ୍ତି ତ ?