କଟକ (ଏଟିଆର ବ୍ୟୁରୋ): କଟକ ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି ୪୯ ନଂ ୱାର୍ଡର କର୍ପୋରେଟର ଦମୟନ୍ତୀ ମାଝି । ସେ ବିନା ପ୍ରତିଦ୍ୱନ୍ଦୀରେ ସିଏମସିର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ବିରୋଧରେ ନିର୍ବାଚନୀ ମୈଦାନକୁ କେହି ଓହ୍ଲାଇ ନଥିବାରୁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
ଦମୟନ୍ତି ମାଝି ହେଉଛନ୍ତି ଜଣେ ଆଦିବାସୀ ଯୁବତୀ । ଯିଏକି କଟକ ଜଗତପୁର ବାଲିସାହି ବସ୍ତିରେ ରୁହନ୍ତି ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏମ.କମ ଶେଷ ବର୍ଷର ଛାତ୍ରୀ ।
ଡେପୁଟି ମେୟର ଭାବେ ନିର୍ବାଚିତ ହେବା ପରେ ଦମୟନ୍ତି କହିଛନ୍ତି କି, ଏହି ପଦବୀ ପାଇବି ବୋଲି ମୁଁ କେବେ ସ୍ୱପ୍ନରେ ବି ଭାବିନଥିଲି । ଏହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇଛି । ତାଙ୍କ ବିଶ୍ୱାସ ଭରଷା ଜିତିବା ପାଇର୍ ଚେଷ୍ଟା କରିବି ।