ଜଗତସିଂହପୁର (ଏଟିଆର ବ୍ୟୁରୋ ) ; ପୁଣି ବର୍ଷିଲେ ଦାମ । ନିଜର ଚିରାଚରିତ ଢଙ୍ଗରେ ବିଜେଡିର ଦୁଇ ସାଂସଦ ଓ ମନ୍ତ୍ରୀ ଙ୍କୁ ଟାର୍ଗେଟ କରିଛନ୍ତି ଦାମ । ଏଥର ଦାମଙ୍କ ସମାଲୋଚନାରୁ ବର୍ତ୍ତିନାହାନ୍ତି ସାଂସଦ କୁଳମଣି ସାମଲ ଓ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । କୁଜଙ୍ଗରେ ପୋଲିସ ଛାଉଣିରେ ରାସନକାର୍ଡ ବଣ୍ଟନକୁ ନେଇ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ସମାଲୋଚନା କରିଛନ୍ତି ଦାମ । ତେବେ ବହୁ ସଂଖ୍ୟକ ପୋଲିସ ମନ୍ତ୍ରୀଙ୍କ ପାଇଁ ଆସିଥିଲେ ନା ତାଙ୍କ ପାଇଁ ଅସିଥିଲେ ବୋଲି ଦାମୋଦର ରାଉତ ପ୍ରଶ୍ନ କରିଛନ୍ତି ।
ସେହିପରି ସାଂସଦ କୁଳମଣି ସାମଲଙ୍କୁ ସମାଲୋଚନା କରି ଦାମ କହିଛନ୍ତି ଯେ , ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସାଂସଦ ଲୋକଙ୍କ ପାଇଁ କଣ କରିଛନ୍ତି । ସାଂସଦ ପାରାଦୀପରେ ଥିବା ଶିଳ୍ପ କାରଖାନାରେ କେତେ ଜମିହରା ଲୋକମାନଙ୍କୁ ଚାକିରୀ ଦେଇଛନ୍ତି ଏହାସହ ସଂସଦରେ ଏହି ପ୍ରସଙ୍ଗ କେତେଥର ସାଂସଦ ଉଠାଇବା କୁ ନେଇ ସେ ସମାଲୋଚନା କରିଛନ୍ତି । ସେପଟେ ଦାମଙ୍କ ମନ୍ତବ୍ୟ ଉପରେ ଉତ୍ତର ରଖିଛନ୍ତି କୁଳମଣି । ଗତ ୪୦ ବର୍ଷ କ୍ଷମତାରେ ରହି ଦାମ ଲୋକମାନଙ୍କ ପାଇଁ କଣ କରିଛନ୍ତି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ତେବେ ଦାମ ଙ୍କ ଏଭଳି ସମାଲୋଚନା କୁ ନେଇ ଜଗତସିଂହପୁର ରାଜନୀତି ସରଗରମ ହୋଇଉଠିଛି ।