ନୟାଗଡ (ଏଟିଆର ବ୍ୟୁରୋ); ବାରମ୍ବାର ଡଙ୍ଗା ବୁଡିରେ ଜୀବନ ଯାଉଥିଲେ ମଧ୍ୟ ଚେତୁ ନାହାଁନ୍ତି ନାଉରିଆ । ଯାହାର ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଳା କଣ୍ଟିଲୋ ଘାଟରେ । ପର୍ଯ୍ୟଟକଙ୍କୁ ବିନା ଲାଇଫ ଜ୍ୟାକେଟରେ ମହାନଦୀ ଭିତରକୁ ନେଇ ଯାଉଛନ୍ତି ନାଉରିଆ । ସେପଟେ ଯାତ୍ରୀ ମାନେ ମଧ୍ୟ ଏହାର ପ୍ରତିବାଦ ନକରି ବସି ଯାଉଛନ୍ତି ଡଙ୍ଗାରେ । ଦେଶୀ ଡଙ୍ଗା ଗୁଡିକରେ ଆବଶ୍ୟକତାଠାରୁ ଅଧିକ ଲୋକ ବସି ମହାନଦୀ ଭିତରକୁ ମଧ୍ୟ ବୁଲିବାକୁ ଯାଉଛନ୍ତି । ପର୍ଯ୍ୟଟକଙ୍କୁ ଲାଇଫ ଜ୍ୟାକେଟ ନଦେଇ ନଦୀ ଭିତରକୁ କେମିତି ନେଉଛ ବୋଲି ନାଉରିଆକୁ ପ୍ରଶ୍ନ କରାଯାଇଥିଲା । ତେବେ ନାବିକ ଜଣକ ଉତ୍ତର ଦେଇଥିଲା କି ଲାଇଫ ଜ୍ୟାକେଟ କଣ ?
ଏଠାରେ ପ୍ରଶ୍ନ ଉଠିଛି ନାଉରିଆ ଯଦି ଲାଇଫ୍ ଜ୍ୟାକେଟର ମାନେ କଣ ଜାଣିନି । ତେବେ ସେ କିପରି ନଦୀ ମଧ୍ୟକୁ ଡଙ୍ଗା ନେଇ ଯାଉଛି । ପ୍ରଶାସନ ଏହି ଦୃଶ୍ୟ ଦେଖୁଥିଲେ ମଧ୍ୟ ଚୁପ ରହିଥିବା ସାଧାରଣ ଲୋକ କହିଛନ୍ତିି । ସେପଟେ ନିକଟରେ କେନ୍ଦ୍ରାପଡା ଜିଲ୍ଳା ନିପାଣିଆରେ ଡଙ୍ଗାବୁଡି ଘଟଣାରେ ୧୦ ଜଣକ ଜୀବନ ଚାଲି ଯାଇଥିଲା । କିନ୍ତୁ ଏହାପରେ ମଧ୍ୟ ଚେତି ନାହାଁନ୍ତି ନାଉରିଆ ଏବଂ ପ୍ରଶାସନ ।