ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ କୋଭିସିଲ୍ଡ ଭ୍ୟାକସିନ ତିଆରି ପାଇଁ ଆଜି ଅନୁମତି ପ୍ରଦାନ କରିଛନ୍ତି । କୋଭାସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଥିଲା ।ବିଶେଷଞ କମିଟି ପୂର୍ବରୁ ଏହି ଟିକା ପାଇଁ ଅନୁମତି ପ୍ରଦାନ କରିଥିଲା ।
“ସିଏଚ୍ଏଡିଓଏକ୍ସ x୧ ଏନ୍ସିଓଭି ୨୦୧୯” କରୋନା ଭାଇରସ ଟିକା ୫୬ ରୁ ୬୯ ଓ ୬୯ ରୁ ୭୦ ରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି ।ବିକ୍ରି କରିବା ଲାଗି ଏହି ଟିକା ପ୍ରସ୍ତୁତି ପାଇଁ ସେମ୍କୁ ଅନୁମତି ମିଳିଛି ।
ଭାରତ ସରକାରଙ୍କୁ ପ୍ରଥମ ପର୍ଯ୍ୟାୟରେ ଡୋଜ ପିଛା ପ୍ରଥମେ ୧୦୦ ନିୟୁତ ଟିକା ବିକ୍ରି କରାଯିବ ଓ ପରେ ଏହି ଟିକାର ଦର ବୃଦ୍ଧି କରାଯିବ ।ଘରୋଇ ବଜାରରେ ଏହି ଡୋଜ ପିଛା ୧୦୦୦ ଟଙ୍କା ରହିଥିବା ବେଳେ ସାତରୁ ଦଶଦିନ ମଧ୍ୟରେ ଟିକା ପହଞ୍ଚିବ ।କୋଭାସ୍ଲିଡ ଓ କୋଭାକ୍ସିନ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଡିସିଜିଆଇ ପକ୍ଷରୁ ସୂଚନା ଦିଆଯାଇଛି ।