ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜି ହେଉଛି ଜାତିର ପିତା ମହାମô୍ା ଗାନ୍ଧୀଙ୍କ ତିରୋଧାନ ଦିବସ । ୧୯୪୮ ମସିହା ଆଜିର ଦିନରେ ମହାତ୍ମା ଗାନ୍ଧୀଙ୍କ ପରଲୋକ ହୋଇଥିଲା । ଏହି ଦିବସକୁ ସାରା ଦେଶ ସହିଦ ଦିବସ ଭାବେ ପାଳନ କରୁଛି । ଗାନ୍ଧୀଜି ଅହିଂସା ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ । ଗାନ୍ଧୀଜୀଙ୍କ ପରୋଲୋକରେ କୋଟି କୋଟି ଭାରତୀୟ ସ୍ୱବ୍ଧ ହୋଇପଡିଛନ୍ତି ।
ଋାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରି କହିଛନ୍ତି ,”ଆମେ ଗାନ୍ଧୀଜିଙ୍କ ଅହିଂସା ନୀତିକୁ ପାଳନ କରିବା ସହ ଗାନ୍ଧୀଜିଙ୍କ ସତ୍ୟ ଓ ପ୍ରେମ ମାର୍ଗରେ ଚାଲିବା ପାଇଁ ଆମେ ସଂକଳ୍ପ ନେବା ଉଚିତ ।”
ସେହିପରି ଗାନ୍ଧୀଜିଙ୍କ ୭୩ ତମ ବାର୍ଷିକ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ , ଉପରାଷ୍ଟ୍ରପତି ଭେଙ୍କେୟା ନୋଇଡୁ , ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅହିଂସା ମାର୍ଗରେ ଅନୁସରଣ କରିବା ହିଁ ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।