କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ବେଟି ବଚାଓ , ବେଟି ପଢାଓ ନାରା ଦେଇ ସରକାର ଯେତେ ସଚେତନ କଲେ ମଧ୍ୟ ଏହାର ବାସ୍ତବ ଫଳ କିନ୍ତୁ ଶୂନ । କାରଣ ଆଜି ବି କିଛି ଲୋକଙ୍କ ମନରେ ସେଇ ଗୋଟିଏ କଥା ବସା ବାନ୍ଧିଛି ଝିଅ ହେଉଛି ଘରର ବୋଝ । କେନ୍ଦ୍ରାପଡାରେ ପୁଣି ଏକ ଶିଶୁ କନ୍ୟା ଅଲୋଡା ହୋଇଛି । କେନ୍ଦ୍ରାପଡା ହଜାରି ବଗିଚା ନିକଟରେ ଥିବା ନେନାଲରୁ ଏକ ନବ ଜାତକ ଶିଶୁ କନ୍ୟାର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଛି ।
ଯାହାକୁ ନେଇ ଏବେ ସା୍ଥନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ମୃତ ଶିଶୁ କନ୍ୟାଟିକୁ ଦେଖିବା ପାଇଁ ନାଳ ପାଖରେ ସକାଳୁ ଭିଡ ଜମିଛି । କେନାଲ ପାଖାପାଖି ନାଳ ରହିଥିବାରୁ କେହି ନବଜାତକ ଶିଶୁ କନ୍ୟାଟିକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ ଏଯାବତ ସ୍ପଷ୍ଟ ହୋଇନାହିଁ ପିଲାଟି କେନାଲରେ କିଏ ପକାଇଲା । ଅନ୍ୟପଟେ କନ୍ୟା ଶିଶୁ ହୋଇଥିବାରୁ କେହି ନୃଶଂସ ପିଲାଟିକୁ ମାରିଦେଇ କେନାଲରେ ଭସାଇ ଦେଇଥିବା ଚର୍ଚ୍ଚା ହେଉଛି ।