ବାଲେଶ୍ୱର ( ଏଟିଆର ବ୍ୟୁରୋ): ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଓଡିଶା ଗସ୍ତ ରହିଥିଲା । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସେ ଆଜି ବାଲେଶ୍ୱର ର ରେମୁଣାରେ ହେଉଥିବା ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବାର ଥିଲା । ଆଜି ଦିନ ୨ ଟାରେ ରାହୁଳ ରେମୁଣାରେ ପହଞ୍ଚି ସେଠାରେ ସଭାରେ ଯୋଗଦେବାର ଥିଲା । ମାତ୍ର ରାହୁଳଙ୍କ ବିମାନରେ ଯାନ୍ତ୍ରୀକ ତୃଟି ହେବା ହେତୁ ସେ ବିଳମ୍ବରେ ଓଡିଶା ଆସିପାରନ୍ତି ବୋଲି ସୂଚନା ମିଳିଛି ।
Engine trouble on our flight to Patna today! We’ve been forced to return to Delhi. Today’s meetings in Samastipur (Bihar), Balasore (Orissa) & Sangamner (Maharashta) will run late. Apologies for the inconvenience. pic.twitter.com/jfLLjYAgcO
— Rahul Gandhi (@RahulGandhi) April 26, 2019
ଯାହା ନେଇ ସେ ଏକ ଟ୍ୱିଟ କରିଛନ୍ତି । ସେ ଜଣାଇଛନ୍ତି କି ବିମାନରେ ଯାନ୍ତ୍ରିକ ତୃଟି ଯୋଗୁ ସେ ବାଧ୍ୟ ହୋଇ ଦିଲ୍ଲୀ ଫେରିଛନ୍ତି । କାର୍ଯ୍ୟକ୍ରମ ବିଳମ୍ବ ହେବ ବୋଲି ରାହୁଲ ସୂଚନା ଦେଇଛନ୍ତି । ଏଠାରେ ରାହୁଲ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଯାହା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସର ବହୁ ହେବିୱେଟ ନେତା ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।