ପୁରୀ (ଏଟିଆର ବ୍ୟୁରୋ): ଶହ ଶହ ମଲା ଜେଲି ଫିସ୍ । ଏଭଳି ଦୃଶ୍ୟ ପୁରୀ ବେଳା ଭୂମିରେ ଦେଖିବାକୁ ମିଳିଛି । ପୁରୀ ଦିଗବାରିଣୀ ଖୁଣ୍ଟି, ଲାଇଟ ହାଉସ ଓ ଚୈତନ୍ୟ ଛକ ନିକଟରେ ଏହି ମଲା ଜେଲି ଫିସ୍ ପଡିଛନ୍ତି । ବାତ୍ୟା ୟାସ୍ ର ପ୍ରଭାବରେ ଜେଲି ଫିସ୍ ଗୁଡିକ ମରିକି କୂଳରେ ପଡିଛନ୍ତି ବୋଲି କହିଛନ୍ତି ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ବିଭାଗର ବୈଜ୍ଞାନିକ । ଅତ୍ୟଧିକ ପବନ ଓ ବାତ୍ୟା ପ୍ରଭାବରେ ସମୁଦ୍ର କୂଳକୁ ଭାସି ଆସିଥାନ୍ତି ଜେଲି ଫିସ୍ ।
ସେହିଭଳି ଗତକାଲି ପୁରୀ ପେଣ୍ଠକଟା ସମୁଦ୍ର କୂଳରେ ମଧ୍ୟ କୁଢ କୁଢ ମାଛ ମରିକି ପଡିଥିବାର ଦେଖିବାକୁ ମିଳିଥିଲା । ବାତ୍ୟା ପୂର୍ବରୁ ଏଭଳି ହୋଇଥାଏ ବୋଲି ମତ୍ସ୍ୟଜୀବି ମାନେ କହିଥିଲେ ।