ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ୧୭ ତାରିଖରେ ଜଗତସିଂହପୁର ବିଲୁଆ ଖାଇ ନଦୀ ପଠାରୁ ମିଳିଥିଲା ଏକ ଯୁବତୀଙ୍କ ମୃତ ଦେହ । ପୁଲିସ ଆଳୁ ଖୋଳ ଖୋଳୁ ଶେଷରେ ମହାଦେବ ବାହାରିଲା ପରି ଘଟଣାର ଗୁମର ଫିଟିଲା । ଗତକାଲି ଏହି ଘଟଣାରେ ପୋଲିସକୁ ମଳିଛି ସଫଳତା । ପୋଲିସ ଅଭିଯୁକ୍ତ ରାଜାଠାରୁ ସତ ଓଗାଳିଛି । ତେବେ ଘଟଣାକୁ କେଇଟା ଦିନ ବିତିନି ଆଜି ପୁଣି ଏକ ଯୁବକର ଗଳିତ ଶବ କୁଆଖାଇ ନଦୀ ପଠାରୁ ଉଦ୍ଧାର ହୋଇଛି ।
ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିିଛି । ସହିଦ୍ ନଗର ଥାନା ଟଙ୍କପାଣି ବ୍ରିଜ ପାଖ ବାଙ୍କୁଆଳ ନିକଟରୁ ବାଲିଅନ୍ତା ପୋଲିସ୍ ବାଲିଅନ୍ତା ଅଗ୍ନିଶମ ସହାୟତାରେ ମୃତ ଦେହ ଉଦ୍ଧାର କରିଛି । ତେବେ ମୃତକଙ୍କ ପରିଚୟ ଏଯାବତ ମଳିପାରି ନାହିଁ । ମୃତ ବ୍ୟକ୍ତି ପ୍ୟାଣ୍ଟ ସାର୍ଟ ପିନ୍ଧି ପାଣିରେ ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ ।
ଏନେଇ ସେମାନେ ପୋଲିସକୁ ଖବର ଦେଲାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ପୋଷ୍ଟମଟର୍ମ ପାଇଁ ପଠାଇଛି । ୪ ରୁ ୫ ଦିନ ତଳୁ ଯୁବକଙ୍କ ମୃତୁ ହୋଇଥିବା ଅନୁମାନ କରାଯାଉଛି । ଯୁବକଙ୍କୁ କେହି ମାରି ପ୍ରମାଣ ଲୁଚାଇବା ପାଇଁ ନଦୀରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି ।