ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ନୂଆ ମୋଟରଯାନ ଆଇନ ଲାଗୁ କରିବା ପାଇଁ ରାଜ୍ୟ ସରକାର କରିଥିବା ୩ ମାସର କୋହଳ ଅବଧି ଗତକାଲି ଶେଷ ହୋଇଛି । ଏହି ଅବସରରେ ଆଜି ଠାରୁ ରାଜ୍ୟରେ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯିବ । ଆଜି ଠାରୁ ଗାଡି ଚାଳକ ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ଆଉ ନିସ୍ତାର ନାହିଁ । ଆଜିଠାରୁ ନିୟମ ଭାଙ୍ଗିଲେ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା । ପୁର୍ବରୁ ୨ ଟି ପର୍ଯ୍ୟାୟରେ ୬ ମାସର କୋହଳ ଅବଧି ଦେଇଥିଲେ । ଏହି ସମୟସୀମା ମଧ୍ୟରେ ଆବଶ୍ୟକୀୟ କାଗଜପତ୍ର ଠିକ କରିବାକୁ ପରିବହନ ବିଭାଗ ପକ୍ଷରୁ ନିର୍ଦେଶ ରହିଥିଲା । ଗତ ସେପ୍ଟେମ୍ବର ମାସରୁ ନୂଆ ମୋଟରଯାନ ସଂଶୋଧିତ ଆଇନ ଲାଗୁ ହୋଇଥିଲେ ମଧ୍ୟ ଜନଅସନ୍ତୋଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ୬ ମାସ କୋହଳ କରିଥିଲେ । ଏନେଇ ଗତକାଲି ରାଜ୍ୟ ପରିବହନ କମିଶନର ରାଜ୍ୟର ସମସ୍ତ ଜିଲ୍ଲାପାଳ , ଏସପି ଓ ଡିଏସପି ମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା କେଉଁ ନିୟମ ଭାଙ୍ଗିଲେ କେତେ ଟଙ୍କା ଦେବାକୁ ପଡିବ ଜରିମାନା ।
ଟ୍ରାଫିକ ନିୟମ ଭାଙ୍ଗିଲେ – ୫୦୦ ଟଙ୍କା
ବିନା ହେଲମେଟରେ ଗାଡି ଚଳାଇଲେ – ୧ ହଜାର
ନାବାଳକ ଗାଡି ଚଳାଇଲେ – ୨୫ ହଜାର
ଦ୍ରୁତ ଗତିରେ ବାଇକ ଚଳାଇଲେ – ୨ ହଜାର ଟଙ୍କା
ବିନା ଲାଇସେନ୍ସରେ ଗାଡି ଚଳାଇଲେ – ୫ ହଜାର ଟଙ୍କା
ବୀପରୀତ ଦିଗରେ (ରଙ୍ଗ ରୁଟ) ରେ ଗାଡି ଚଳାଇଲେ – ୫ ହଜାର ଟଙ୍କା
ଟ୍ରାଫିକ ରେଡ ଲାଇଟ ଡେଇଁଲେ – ୫ ହଜାର ଟଙ୍କା ଦେବାକୁ ପଡିବ ।