ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ବେଳେ ସରକାର ଏକ ବଡ ଘୋଷଣା କରିଛନ୍ତି । ଏଣିକି ବିଦ୍ୟୁତ ଆଘାତ ଲାଗି ଜୀବନ ଗଲେ ମିଳିବ ୪ ଲକ୍ଷ ଟଙ୍କା । ଆଜି ବିଧାନସଭାରେ ସରକାର ଘୋଷଣା କରିଛନ୍ତି । ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ଘୋଷଣା କରିଛନ୍ତି । ଶରୀରର ୬୦ ପ୍ରତିଶତ ନଷ୍ଟ ହୋଇଯାଇଥିଲେ ମିଳିବ ୨ ଲକ୍ଷ ଟଙ୍କା । ସେହିଭଳି ୪୦ ପ୍ରତିଶତରୁ ୫୯ ପ୍ରତିଶତ ନଷ୍ଟ ହୋଇଥିଲେ ୫୯ ହଜାର ଟଙ୍କା ମିଳିବ ।
ସପ୍ତାହରୁ ଅଧିକ ମେଡିକାଲରେ ଭର୍ତ୍ତି ହେଲେ ୧୨ ହଜାର ଟଙ୍କା ମିଳିବ । ସେହିଭଳି ସପ୍ତାହରୁ କମ ସମୟ ଚିକିତ୍ସିତ ହେଲେ ମିଳିବ ୪ ହଜାର ୫ ଶହ ଶହାୟତା ରାଶି ଦିଆଯିବ । ସେହିଭଳି ଗାଈ ଓ ମଇଁଷି ମଲେ ୩ ହଜାର । ଛେଳି ମେଣ୍ଢା ଓ ଘୁଷୁରି ମଲେ ମଧ୍ୟ ମିଳିବ ୩ ହଜାର ଟଙ୍କା । କୁକୁଡା ଫାର୍ମ ନଷ୍ଟ ହେଲେ ୫ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି । ଏନେଇ ରାଜ୍ୟ ସରକାର ବିଦ୍ୟୁତ ବିଭାଗକୁ ସୁପାରିଶ କରିଥିବା ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି ।