କଟକ( ଏଟିଆର ବ୍ୟୁରୋ): ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଗନ କରିଥିବା ନେଇ ଆଜି କଟକ ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନିର୍ବାଚନ ଅଧିକାରୀ ନୋଟିସ କରିଛନ୍ତି । ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ଗତ ୨୧ ତାରିଖ ସନ୍ଧ୍ୟାରେ ପ୍ରଚାର ପାଇଁ ଶେଷ ସମୟ ନିର୍ବାନ କମିଶନଙ୍କ ପକ୍ଷରୁ ନିର୍ଦେଶ ରହିଥିଲା । ମାତ୍ର ଦେବାଶିଶ ସାସନ୍ତରାୟ ଶୋସିଆଲ ମିଡିଆରେ ଏକ ମେସେଜ ଦେଇ ଥିଲେ ଯାହାକୁ ନେଇ ଆଚରଣ ବିଧି ଉଳ୍ଲଙ୍ଗନ ଅଭିଯୋଗ ଆସିଥିଲା ।
ଭୋଟ ସମୟରେ ଏହି ବାର୍ତ୍ତା ଭୋଟକୁ ପ୍ରଭାବାବିତ କରୁଛି ଯାହା ଦ୍ୱାରା ଦେବାଶିଷଙ୍କୁ ଲାଭ ହେବାର ସମ୍ଭାବନା ଥିବାରୁ ଏହା ଆଚରଣ ବିଧିର ଉଲ୍ଲଙ୍ଗନ କରୁଛି ବୋଲି ଏହି ନୋଟିସ ଜାରି କରାଯାଇଥିବା ନୋଟିସରେ ଉଲ୍ଲେଖ ରହିଛି । ଯାହାର ଯାଞ୍ଚ କରି ନିର୍ବାଚନ ଅଧିକାରୀ ଏହି ନୋଟିସ ଜାରି କରିଛନ୍ତି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦେଶ ରହିଛି । ଅନ୍ୟପକ୍ଷେ ନିର୍ବାଚନ ପାଇଁ ହୋଇଥିବା ୪୮ ଘଣ୍ଟିଆ ନିରବକୁ ବିଜେପି ମାନୁନାହିଁ ବୋଲି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି । ବିଜେପିର ଧର୍ମେନ୍ଦ୍ର ପ୍ରଧାନ , ଗୋଲକ ମହାପାତ୍ର ଙ୍କ ସମେତ ଏକ ନ୍ୟୁଜ ଚ୍ୟାନେଲ ନାମରେ ଅଭିଯୋଗ କରିଛନ୍ତି । ବିଜେଡି ପ୍ରତିନିଧି ଦଳର ମୁଖପାତ୍ର ସସ୍ମିତ ପାତ୍ର , ଲେଲିନ ମହାନ୍ତି , ସୁଲତା ଦେଓ ପ୍ରମୁଖ ଅଭିଯୋଗ ପତ୍ର ଦେଇଛନ୍ତି ।