ଭୁବନେଶ୍ୱର (ଏଟିଆର ବ୍ୟୁରୋ): କମିଲା ବସ ଭଡା । ଗତକାଲି ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତୈଳ ଦର ହ୍ରାସ ପାଇବା କାରଣରୁ ରାଜ୍ୟରେ ବସ ଭଡା କମିଛି । ତୈଳ ଦର ହ୍ରାସ ପାଇବା କାରଣରୁ ଅଟୋମେଶନ ସିଷ୍ଟମ ଅନୁଯାୟୀ ରାଜ୍ୟରେ ବସ ଭଡା ହ୍ରାସ ପାଇଛି । ବିଜ୍ଞପ୍ତି ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୧ ପଇସା କମିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟର ପିଛା ୨ ପଇସା ହ୍ରାସ ପାଇଛି ।
ସାଧାରଣ ବସ ଭଡା କିଲୋମିଟର ପିଛା ୭୦ ପଇସାରୁ ୬୯ ପଇସାକୁ ହ୍ରାସ ହୋଇଥିବା ବେଳେ ଏକ୍ସପ୍ରେସ ୭୩ରୁ ୭୨ପଇସା, ଡିଲକ୍ସ ବସ କିଲୋମିଟର ପିଛା ୧ଟଙ୍କା ୧ ପଇସାରୁ ୯୯ ପଇସା ଏବଂ ଏସି ଡିଲକ୍ସ ବସ କିଲୋମିଟର ପିଛା ୧ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୧ ପଇସାକୁ ହ୍ରାସ ପାଇଛି। ବସଭଡା କମିବା ଏବେ ଯାତ୍ରୀମାନଙ୍କୁ ଆଶ୍ୱସ୍ତ କରିଛି ।