ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଲଗୁଚାପ । ଏହି ଲଘୁଚାପ ଆଗକୁ ଅବପାତେର ରୂପ ନେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ଏହି ଆଶଙ୍କା ସତ ହେଲେ ପୁଣି ରାଜ୍ୟରେ ବର୍ଷା ହୋଇପାରେ । ସୂଚନା ଅନୁସାରେ ଏହା ଆସନ୍ତା ୩ ତାରିଖରେ ଅବପାତର ରୂପ ନେଇ ପଶ୍ଚିମ ଉତ୍ତର ଦିଗରେ ଗତି କରିପାରେ ।
୫ କିମ୍ବା ୬ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ୪ ଓ ୫ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ । ଅନ୍ୟପଟେ ଏହାର ପ୍ରଭାବରେ ଆସନ୍ତା ୭ ତାରିଖ ଠାରୁ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପବନ ସହିତ ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବି ମାନଙ୍କୁ ଗଭୀର ସମୁଦ୍ରକୁ ନ ଯିବା ପାଇଁ କୁହାଯାଇଛି ।