ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ସକାଳେ ରାଜ୍ୟରେ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୧ ଜଣ ଲେଖାଏଁ ନୟାଗଡ ଓ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ କଟକରୁ ୯ ଜଣ, ଯାଜପୁରରୁ ୫ ଜଣ, ଗଞ୍ଜାମରୁ ୪ ଜଣ, ମୟୁରଭଞ୍ଜରୁ ୩ ଜଣ, ଜଗତସିଂହପୁର, ସମ୍ବଲପୁର, ଅନୁଗୋଳରୁ ୨ ଜଣ ଲେଖାଏଁ ପୁରୀ ଓ ମାଲକାନଗିରିରୁ ଜଣେ ଚିହ୍ନଟ ହୋଇଛନ୍ତି ।
Total Positive Cases till 9 am: 1103
Active Cases: 753
New Cases: 5111 cases in Kalahandi
(10 in quarantine centres. 8 Maharastra, 1 Chhattishgarh & 1 Gujarat returnees. 1 local case)01 case in Puri
(In quarantine centre. WB returnee)— I & PR Department, Odisha (@IPR_Odisha) May 21, 2020
ନୟାଗଡରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରଟରୁ ଫେରିଥିଲେ । କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ସଂକ୍ରମିତଙ୍କ ମଧ୍ୟରୁ ୮ ଜଣ ମହାରାଷ୍ଟ୍ରର, ଜଣେ ଛତିଶଗଡ଼ ଏବଂ ଜଣେ ଗୁଜୁରାଟରୁ ଫେରିଥିବା ବେଳେ ଜଣେ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।ମାଲକାନାଗିରିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ତାମିଲନାଡୁରୁ ଫେରିଥିଲେ । ସମ୍ବଳପୁରରୁ ଚିହ୍ନଟ ହୋଇଥିବା ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଆଉ ଜଣେ ସ୍ଥାନୀୟ ବାସିନ୍ଦା । କଟକରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ତେଲେଙ୍ଗାନାରୁ ଫେରିଥିଲେ । ମୟୁରଭଞ୍ଜରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଆନ୍ଧପ୍ରଦେଶରୁ ଫେରିଥିଲେ । ଗଞ୍ଜାମରୁ ଫେରିଥିବା ୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସୁରଟରୁ ଫେରିଥିବା ବେଳେ ଜଣେ ସ୍ଥନୀୟ ବାସିନ୍ଦା ।
01 case in Malkangiri
(In quarantine centre. TN returnee)02 cases in Sambalpur
(1 in quarantine centre, WB returnee. 1 local case)11 cases in Nayagarh
(All in quarantine centres. Surat returnees)09 cases in Cuttack
(All in quarantine centres. Telengana returnees)— I & PR Department, Odisha (@IPR_Odisha) May 21, 2020
ଯାଜପୁରରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିଲେ । ଅନୁଗୁଳୁରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତାମିଲନାଡୁରୁ ଫେରିଥିବା ବେଳେ ଜଣେ ଆନ୍ଧପ୍ରଦେଶରୁ ଫେରିଛନ୍ତି । ସେହିପରି ଜଗତସିଂହ ପୁରରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତ ମହାରାଷ୍ଟ୍ରରୁ ଫେରିଛନ୍ତି । ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
03 cases in Mayurbhanj
(All in quarantine centres. AP returnees)04 cases in Ganjam
(3 in quarantine centres. Surat returnees & 1 local case)05 cases in Jajpur
(All in quarantine centres. TN returnees)— I & PR Department, Odisha (@IPR_Odisha) May 21, 2020