ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସକାଳୁ ରାଜ୍ୟରେ ପୁଣି ୭୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୧୫୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସୋମନଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୬ ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀରରୁ ୧୪, କେନ୍ଦୁଝରରୁ ୮, ଗଞ୍ଜାମରୁ ୫, ଯାଜପୁରରୁ ୨, ବାଲେଶ୍ବରରୁ ୪, ପୁରୀରୁ ୪, ଖୋର୍ଦ୍ଧାରୁ ୪, କେନ୍ଦ୍ରାପଡ଼ାରୁ ୬ ,ନୟାଗଡ଼ରୁ ୩, ଅନୁଗୁଳରୁ ୧, କନ୍ଧମାଳରୁ ୭, ଢେଙ୍କାନାଳରୁ ୩ ,ଝାରସୁଗୁଡ଼ାରୁ ୧ ଓ ସୋନପୁରରୁ ୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
05 cases in Ganjam
(4 in quarantine centres. 4 Surat returnees & 1 local contact case)04 cases in Khurdha
(All in quarantine centres. Surat returnees)03 cases in Nayagarh
(All in quarantine centres. Surat returnees)01 case in Kandhamal
(In quarantine centre. Surat returnee)— I & PR Department, Odisha (@IPR_Odisha) May 26, 2020
କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ମହାରାଷ୍ଟ୍ରରୁ, ୩ ଜଣ ପଶ୍ଚିମବଙ୍ଗରୁ, ୩ ଜଣ ଆନ୍ଧ୍ରପ୍ରଦେଶରୁ, ଜଣେ ତାମିଲନାଡୁରୁ ଏବଂ ୩ ଜଣ ଦୁବାଇରୁ ଫେରିଥିଲେ । ଅନ୍ୟ ଜଣେ ସ୍ଥାନୀୟ ଲୋକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ୧୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ୬ ଜଣ ମହାରାଷ୍ଟ୍ରରୁ ଏବଂ ଜଣେ ତାମିଲନାଡୁରୁ ଫେରି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । କେନ୍ଦୁଝର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୮ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ଗୁଜୁରାଟରୁ, ଜଣେ ତାମିଲନାଡୁରୁ ଜଣେ ମହାରାଷ୍ଟ୍ରରୁ ଏବଂ ଦୁଇ ଜଣ ବିହାରରୁ ଫେରି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଅନ୍ୟ ଦୁଇ ଜଣ ସ୍ଥାନୀୟ ଲୋକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ଜଣ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ସୁରଟରୁ ଫେରିଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଲୋକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।
Total Positive Cases till 9 am: 1517
Active Cases: 861
New Cases: 7906 cases in Kendrapada
(All in quarantine centres. 3 Surat, 2 WB, 1 TN returnees)01 case in Jharsuguda
(In quarantine centre. Maharashtra returnee)02 case in Jajpur
(All in quarantine centre. WB returnees)— I & PR Department, Odisha (@IPR_Odisha) May 26, 2020
ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ ଜଣ ସୁରଟରୁ ଫେରିଥିଲେ ।ନୟାଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ସଂକ୍ରମିତଙ୍କ ସୁରଟରୁ ଫେରିଥିଲେ । କନ୍ଧମାଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭ ଜଣ ସଂକ୍ରମିତ ୬ ଜଣ ତାମିଲନାଡୁରୁ ଫେରିଥିବା ବେଳେ ଜଣେ ସ୍ଥାନୀୟ ଲୋକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଢେଙ୍କାନାଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଏବଂ ୨ ଜଣ ତେଲେଙ୍ଗାନାରୁ ଫେରି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ତାମିଲନାଡୁରୁ ଫେରିଥିବା ବେଳେ ଜଣେ ତେଲେଙ୍ଗାନାରୁ ଫେରିଥିଲେ । ସୋନପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଗୁଜୁରାଟରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଅନୁଗୋଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ତାମିଲନାଡୁରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।
Total Positive Cases till 9 am: 1517
Active Cases: 861
New Cases: 7906 cases in Kendrapada
(All in quarantine centres. 3 Surat, 2 WB, 1 TN returnees)01 case in Jharsuguda
(In quarantine centre. Maharashtra returnee)02 case in Jajpur
(All in quarantine centre. WB returnees)— I & PR Department, Odisha (@IPR_Odisha) May 26, 2020