ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଖାଲି ଚକ୍ରାନ୍ତ ତ’ ନୁହେଁ ବରଂ ସାଙ୍ଘାତିକ ଷଡଯନ୍ତ୍ର । ବଦନାମ ସାଙ୍ଗକୁ ଗାଦି କେମିତି ହାତରୁ ଯିବ ସେନେଇ ରଚାଯାଇଛି ଚକ୍ରବ୍ୟୁହ । ଯାହାକୁ ଭେଦ କରିବା ଏବେ କାଠିକର ପାଠ ଆଜିକାର ଅଭିମନ୍ୟୁକୁ । ଆମେ କହୁଛୁ ପୁଲିସ ଡିଜି ଡା ରାଜେନ୍ଦ୍ର ପ୍ରଶାଦ ଶର୍ମାଙ୍କ କଥା । ଯାହାଙ୍କୁ ଏବେ ବଦନାମ କରିବାକୁ ଚାଲିଛି ଜୋରଦାର ପ୍ରୟାସ । ସବୁଠୁ ବଡ଼ କଥା ହେଉଛି ଡିଜିଙ୍କ ଲାଗି ଏଭଳି ଚକ୍ରବ୍ୟୁହ ଆଉ କେହିନୁହେଁ ବରଂ ରଚିଛନ୍ତି ଖୋଦ୍ ତାଙ୍କ ପାଖ ଲୋକ । କିଭଳି ବଦନାମ କରି ତାଙ୍କୁ ଗାଦିରୁ ହଟାଇବେ ସେନେଇ ସେ ଜୋରଦାର ଅଣ୍ଟା ଭିଡିଛନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୁଲିସ ବିଭାଗର ଜଣେ ବରିଷ୍ଠ ଆଇପିଏସ ଅଫିସର ହିଁ ପୂରା ଘଟଣାର ମାଷ୍ଟରମାଇଣ୍ଡ । ଆଉ ତାଙ୍କୁ ଏଥିରେ ଭରପୂର ସହଯୋଗ କରୁଛନ୍ତି ଜଣେ ତଥାକଥିତ ନେତା । ଏ କଥା ଆମେ କହୁନାହୁଁ ବରଂ ପୂରା ପୁଲିସ ଡିପାର୍ଟମେଣ୍ଟରେ ଚର୍ଚ୍ଚା ଚାଲିଛି । ସେପଟେ ଜଣେ ସଚ୍ଚୋଟ ଅଫିସରଙ୍କୁ ଏଭଳି ରାଜନୀତି ପସାପାଲିରେ ଛନ୍ଦି ଫାଇଦା ଉଠାଇବାକୁ ଯେଉଁ ହିନ ଚକ୍ରାନ୍ତ ଚାଲିଛି ତାକୁ ନାପସନ୍ଦ କରିଛନ୍ତି ଅନେକ ।
୧୯୮୬ ବ୍ୟାଚର ଅଫିସର ଡା ରାଜେନ୍ଦ୍ର ପ୍ରଶାଦ ଶର୍ମା ପ୍ରଥମେ ପୁଲିସ କମିଶନର ଭାବେ ଲୋକ ଲୋଚନକୁ ଆସିଥିଲେ । ବେଶ ସିଧାସାଧା ଓ ସଚ୍ଚୋଟ ସ୍ୱାଭାବ ମନୋଭାବ ଯୋଗୁଁ ଖୁବ୍ ଅଳ୍ପ ଦିନରେ ସେ ଲୋକଙ୍କ ହୃଦୟ ଜିତି ପାରିଥିଲେ । ହେଲେ ର୍ଦୁଭାଗ୍ୟ ଏବେ ତାଙ୍କୁ ବଦନାମ କରିବାକୁ ଆରମ୍ଭ ହୋଇଯାଇଛି ରାଜନୀତି । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ବଦଳି ପ୍ରକ୍ରିୟା ପରେ ହିଁ ଏଭଳି ହିନ ଚକ୍ରାନ୍ତ କରାଯାଇଛି । କୁହାଯାଉଛି ପୁଲିସ ବଦଳି ପ୍ରକ୍ରିୟା ବେଳେ ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ତାଙ୍କର କେତେକ ଖାସ ଅଫିସରଙ୍କୁ ନିଜ ପସନ୍ଦ ମୁତାବକ ଯାଗାକୁ ପଠାଇବାକୁ ଚାହିଁଥିଲେ । ଯାହାକୁ ଭଣ୍ଡୁର କରିଥିଲେ ପୁଲିସ ଡିଜି ଡା ରାଜେନ୍ଦ୍ର ପ୍ରଶାଦ ଶର୍ମା । କିଛି ନଶୁଣି ଯାହା ଠିକ୍ ତାହା ହିଁ କରିଥିଲେ । ଯାହା ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଦେହରେ ଯାଇନଥିଲା ।
କେବଳ ଏତିକି ନୁହେଁ ନିଜର ପତିଆରା ଦେଖାଇବାକୁ ଯାଇ ସେ ନେତାମନ୍ତ୍ରୀଙ୍କୁ ଧରି ଚାରିଆଡୁ ଡିଜିପିଙ୍କ ଉପରେ ଚାପ ମଧ୍ୟ ପକାଇଥିଲେ । ହେଲେ ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ସମ୍ଭାବନା ଥିବାରୁ ଡିଜିପି ପଡୁଥିବା ଚାପକୁ ବି ଆଦୌ ଖାତିର କରିନଥିଲେ । ସେପଟେ ଡିଜିପିଙ୍କ ଏଭଳି ସଚ୍ଚୋଟ ଭାବମୂର୍ତ୍ତି ଯୋଗୁଁ ନିଜର କ୍ଷମତା ଶୂନ୍ୟ ଓ ଗାଦି ଟଳମଳ ହେଉଥିବା ଅନୁଭବ କରିଥିଲେ ଏହି ଆଇପିଏସ ଅଫିସର । ବାସ ଏଠାରୁ ହିଁ ଆରମ୍ଭ ହୋଇଥିଲା ବଦନାମ କରିବାକୁ ଷଡଯନ୍ତ୍ର । ତେବେ କିଏ ସେହି ଆଇପିଏସ ଅଫିସର? କଣ ତାଙ୍କର ଉଦ୍ଦେଶ୍ୟ? କାହିଁକି ଡିଜିପିଙ୍କୁ ବଦନାମ କରିବାକୁ ସେ ଅଣ୍ଟା ଭିଡିଛନ୍ତି? ଏଭଳି ତମାମ ପ୍ରଶ୍ନ ଏବେ ଖୋଜୁଛି ଗୁଇନ୍ଦା । ହେଲେ ଢ଼ୋଲ ଭିତରେ ମୂଷା ଭଳି ପାଖେ ପାଖେ ଥିବା ଏହି ଅଫିସର ଯେ, ଆଉ କେହି ନୁହେଁ ତାହା ତଳିଆ କର୍ମଚାରୀ ବୁଝିସାରିଥିବା ଆଲୋଚନା ହେଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଭଳି ଭାବେ ଡିଜିପିଙ୍କୁ ବଦନାମ କରିବାକୁ ପ୍ରୟାସ ଚାଲିଛି ତାହା କେବଳ ଏଇଠି ସିମିତ ରହୁନାହିଁ ବରଂ ଏଭଳି କୁଚକ୍ରି ଗୋଷ୍ଠୀଙ୍କ ପାଇଁ ସରକାର ବି ଘାଟାରେ ପଡିପାରନ୍ତି ।
ଆଶା କରିବୁ ଏହି ରିପୋର୍ଟ ପରେ ଢ଼ୋଲ ଭିତରେ ଥିବା ମୂଷାକୁ ଖୋଜିବାକୁ ଚେଷ୍ଟା କରିବ ଗୁଇନ୍ଦା । ନଚେତ ରଚାଯାଇଥିବା ଷଡଯନ୍ତ୍ରରେ ଜଣେ ସଚ୍ଚୋଟ ଅଫିସର କେବଳ ବଳି ପଡିବେ ନାହିଁ ବରଂ ବଦନାମ ହେବେ ସରକାର । ଆଉ ସତ ପଥରେ ଚାଲିବାକୁ ଆଗକୁ କେହି ମନ ମଧ୍ୟ ବଳାଇବେ ନାହିଁ । ବ୍ୟୁରୋ ରିପୋର୍ଟ ଏଟିଆର ନ୍ୟୁଜ୍
ବିଦ୍ର: ଖୁବ ଶୀଘ୍ର ଯେଉଁ ନେତା ଓ ଆଇପିଏସ ଅଫିସର ଏଭଳି ଚକ୍ରବ୍ୟୁହ ରଚିଛନ୍ତି ତାଙ୍କର ପୂରା ଜାତକ ଖୋଲିବ ଏଟିଆର ।
Pravas Ranjan Panda
ATR news doing excellent work on current affairs .i hope Odisha people will well accept in coming days.