ମୁମ୍ବାଇ(ଏଟିଆର ବ୍ୟୁରୋ): ଗତ ଦୁଇ ଦିନ ତଳେ ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହୋଇଥିଲେ । ଅକ୍ଷୟଙ୍କ କରୋନା ରିପେର୍ଟେ ପଜିଟିଭ ଆସିବା ପରେ ସେ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାପରେ ସେ ହୋମ କ୍ୱାରେଣ୍ଟାଇନରେ ରହିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ଇନଷ୍ଟାଗ୍ରାମରେ ଅକ୍ଷୟ ଟ୍ୱିଟ କରି ଲେଖିଛନ୍ତି ମୋ ଆରୋଗ୍ୟ କାମନା କରି ଆପଣମାନେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ । ଆପଣମାନଙ୍କ ପ୍ରାର୍ଥନା କାମ କରୁଥିବାରୂ ମୁଁ ଧୀରେ ଧୀରେ ସୁସ୍ଥ ଅନୁଭବ କରୁଛି । କିନ୍ତୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୋତେ ସତର୍କତା କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖୁବ୍ ଶୀଘ୍ର ମୁଁ ସୁସ୍ଥ ହୋଇ ଘରକୁ ଫେରିବି ବୋଲଇ ମୋର ଆଶ ଓ ବିଶ୍ୱାସ ।
ଲଗାତାର ଭାବେ ବଲିଉଡରେ ଜଣଙ୍କ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ କରୋନା ସଂକ୍ରମିତ ହେବାରେ ଲାଗିଛି । ଅକ୍ଷୟ କୁମାରଙ୍କ ବ୍ୟତୀତ ରଣବୀର କପୁର,ଗୋବିନ୍ଦା,ଆଲିଆ ଭଟ୍ଟ,ଫାତିମା ସନା ଶେଖ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।