କଟକ (ଏଟିଆର ବ୍ୟୁରୋ): ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କର ଆତ୍ମହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ୱିଟରରେ ସାଇଟରେ ସୂଚନା ଦିଆଯାଇଛି । ମିନାକ୍ଷୀ ଗତ ୧୨ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ୨୦ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ଯାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ବାରମ୍ବାର ପ୍ରତିବାତ ହୋଇଆସୁଥିଲା । ତେବେ ଏହି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଓଡିଶା କ୍ରାଇମବ୍ରାଞ୍ଚର ଟ୍ୱିଟର ସାଇଟରେ ସୂଚନା ଦିଆଯାଇଛି ।
DGP orders high level enquiry into death of BJD Women leader Smt. Meenakshi Mishra following attempt of self immolation in the premises of SP Office Berhampur on 12/02/20. Smt. Rekha Lohani, IGP Modernization, will conduct the enquiry.
— Crime Branch, Odisha Police (@CIDOdisha) February 24, 2020
ଏହାର ତଦନ୍ତ ଦାୟିତ୍ୱ ଆଇଜିପି ରେଖା ଲୋହାନୀଙ୍କୁ ଦିଆଯାଇଛି । ସୂଚନାନୁଯାୟୀ , କିଛି ଦିନ ତଳେ ଘର ସାମ୍ନାରେ ପ୍ରାର୍କିଂ କରିବାକୁ ନେଇ ମିନାକ୍ଷୀଙ୍କର ପୁଅ ସହ କିଛି ଅନ୍ୟ ଯୁବ ଗୋଷ୍ଠୀର ଗଣ୍ଡଗୋଳ ହେବାର ଭିଡିଓ ଭାଇରାଲ ହେବା ପରେ ବ୍ରହ୍ମପୁରର ପୋଲିସ ମିନାକ୍ଷୀଙ୍କର ପୁଅ ସମେତ ୩ଜଣଙ୍କୁ ଗିରଫ କରିଥିଲେ । ତେବେ ଏ ସମସ୍ତ ଘଟଣା ସମ୍ପର୍କରେ ଆଲୋଚନା କରିବା ପାଇଁ ଗତ ୧୨ ତାରଖ ଦିନ ମିନାକ୍ଷୀ ଏସପିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ହେଲେ ବହୁ ସମୟର ଅପେକ୍ଷା ପରେ ବି ଏସପିଙ୍କର ସାକ୍ଷାତ ନମିଳିବାରୁ ମିନାକ୍ଷୀ ନିଜ ଦେହରେ କିରୋସିନ ପକାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ସେଠାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଥିଲା । ତେବେ ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତ୍ୱର ହେବାରୁ ତାଙ୍କୁ ତୁରନ୍ତ କଟକ ମେଡିକାଲକୁ ଏବଂ ଶେଷରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତ କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଗତ ୨୦ ଦେହାନ୍ତ ହୋଇଥିଲା । ଏହି ଘଟଣାକୁ ଅତି ଗୁରୁତ୍ୱର ଗ୍ରହଣ କରାଯାଇ ପୋଲିସ ମହାନିର୍ଦ୍ଦେଶକ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।