ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଏକ ସଡକ ଦୁର୍ଘଟଣା ଘଟିଛି ।ଏକ ନାଇଟ୍ କୋଚ୍ ବସ୍ ଗଛ ସହିତ ପିଟି ହୋଇ ଓଲଟି ପଡିଛି । ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣ ଯାତ୍ରୀଙ୍କ ଅବସ୍ଥା ସଙ୍କଟା ପର୍ଣ୍ଣ ରହିଛି । ଏଭଳି ଏକ ଘଟଣା ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଠାରେ ଘଟିଛି । ସେପଟେ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ଚିକିତ୍ସା କରିବା ଲାଗି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗତକାଲି ରାତିରେ ଚକାଡୋଳା ନାମକ ଏକ ଘରୋଇ ବସ୍ ଟି ଯାତ୍ରୀଙ୍କୁ ନେଇ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା । ରାତି ପ୍ରାୟ ୩ଟା ବେଳେ କୌଣସି କାରଣ ବସତଃ ଜହ୍ନାପଙ୍କ ଛକଠାରେ ରାସ୍ତା କଡରେ ଥିବା ଏକ ଗଛ ସହିତ ଅଚାନକ୍ ପିଟି ହୋଇଥିଲା ବସ୍ । ଏହାପରେ ବସ୍ ଟି ଓଲଟି ପଡିଥିଲା । ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣାଟି କୁହୁଡି ଯୋଗୁଁ ହୋଇଥିବାର ଅନୁମାନ କରାଯାଉଛି ।