ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଓଡିଶା ଆସିବେ ରାଜ୍ୟସଭା ସାଂସଦ ତଥା କଂଗ୍ରେସ ନେତା ଦିଗ ବିଜୟ ସିଂହ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଯେ ସଂସଦରେ ଅଗଣତାନ୍ତ୍ରିକ ଉପାୟରେ କେନ୍ଦ୍ର ସରକାର ପାରିତ କରିଥିବା ତିନୋଟି କୃଷି ବିଧେୟକକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ସାରା ଭାରତରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବି ।
ତଦନୁଯାୟୀ ଓଡିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତ ଜିଲ୍ଲା ନେତୃବୃନ୍ଦଙ୍କୁ ସୂଚାରୁ ରୂପେ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ନିବେଦନ କରିଛନ୍ତି । ସେପ୍ଟେମ୍ବର ୨୫ ତାରିଖ ଦିନ ଅଖିଳ ଭାରତ କୃଷକ ସଂଗଠନର ଡାକରାକୁ କଂଗ୍ରେସ ସମର୍ଥନ କରିବ ଏବଂ ଆନ୍ଦୋଳନରେ ଭାଗ ନେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏବଂ ୨୬ ତାରିଖ ଦିନ ସାମାଜିକ ଗଣମାଧ୍ୟମ ଜରିଆରେ କୃଷକମାନଙ୍କ ପାଇଁ ଏକ “ସ୍ପିକ୍ ଅପ୍ ଫର୍ ଫାର୍ମରସ୍” ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାସହ ରାଷ୍ୟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ନିକଟରେ ଓଡିଶା ପିସିସି ପକ୍ଷରୁ ଦାବିପତ୍ର ଦିଆଯିବ ।
ଓଡିଶା ଆସିବେ ରାଜ୍ୟସଭା ସାଂସଦ ତଥା କଂଗ୍ରେସ ନେତା ଦିଗ ବିଜୟ ସିଂହ
Tags #AtrNews #Odisha