ରାଉରକେଲା ( ଏଟଆର ବ୍ୟୁରୋ): ଦୋ ଛକିରେ ଦିଲ୍ଲୀପ । ରାଜ୍ୟ ରାଜନୀତି ଦିଲ୍ଲୀପ ରାୟ ଏକ ଚର୍ଚ୍ଚିତ ଚେହେରା । ଯାହଙ୍କ ଉପରେ ରାଜନୀତି ସମୀକ୍ଷକଙ୍କ ରହିଥାଏ ସବୁବେଳେ ନଜର । ସେହିଭଳି ସୁନ୍ଦରଗଡ ସଂସଦୀୟ ଓ ରାଉରକେଲା, ରଘୁନାଥପାଲୀ ବିଧାନସଭା କ୍ଷେତ୍ରରେ ରହିଛି ତାଙ୍କର ବଡ ଭୂମିକା । ଯାହାର ଏକ ନିଛକ ପ୍ରତଛବି ଏଇ ନିକଟରେ ଦେଖିବାକୁ ମିଳିଥିଲା ରାଉରକେଲା ସ୍ଥିତ ତାଙ୍କ ବାସଭବନ କଲ୍ୟାଣୀରେ । ବିଜେପିରୁ ଇସ୍ତପା ଦେବା ପରେ ରାଉରକେଲା ଓ ରଘୁନାଥପାଲୀରେ ଦିଲ୍ଲୀପ କାହାକୁ କରିବେ ସମର୍ଥନ କରିବେ । ବିଜେଡି ବିଜେପି ନାଁ କଂଗ୍ରେସ । ଯେହେତୁ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରେ ତାଙ୍କର ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ଉଭୟ ବିଜେିପି ବିଜେଡି ପ୍ରାର୍ଥୀ ମାନଙ୍କୁ ମଧ୍ୟ ତାଙ୍କ ଘରେ ଦେଖିବାକୁ ମିଳିଲା ।
ଦିଲ୍ଲୀପ ମଧ୍ୟ ବିଜେପିକୁ ସମର୍ଥନ ନଜଣାଇ ବାକୁ ପରୋକ୍ଷରେ ଇଙ୍ଗିତ କଲେ । ସେତେବେଳ ଦିଲ୍ଲୀପ ଗଣମାଧ୍ୟମକୁ ସୂଚନା ଦେଇ କହିଲେ ଯେହେତୁ ବିଜେପି ତାଙ୍କର ଥିବା ଦାବୀ , ଆଇଜିଏଚକୁ ସୁପରସ୍ପେସାଲିଷ୍ଟ ହସପିଟାଲ କରିବା ଓ ବ୍ରାହ୍ମଣୀ ଦ୍ୱିତୀୟ ସେତୁ ନିର୍ମାଣ କରିବାରେ କେନ୍ଦ୍ର ସହଯୋଗ କରିନାହିଁ ତେଣୁ ସେଠାରେ ସେ ଉକ୍ତଦଳକୁ ସମର୍ଥନ କରିବେ ନାହିଁ ବୋଲି ଜଣାଇଥିଲେ । ଏମିତି କି ତା ପୂର୍ବରୁ ସେ ବିଜେପି ଛାଡିଲା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିଥିଲେ । ସେତବେଳେ ଚାରିଆଡେ ଚର୍ଚ୍ଚା ଚାଲିଲା ଦିଲ୍ଲୀପ ବିଜେଡିରେ ମିଶିବେ ବୋଲି । କିନ୍ତୁ ସେମିତି କିଛି ଘଟିଲା ନାହିଁ । ଦିଲ୍ଲୀପଙ୍କ ଘନିଷ୍ଠ ବନ୍ଧୁ ବିଜୟ ମହାପାତ୍ର ଶେଷରେ ବିଜେପିକୁ ପୁଣି ବାହୁଡିଲେ । କିନ୍ତୁ ମଝିରେ ରହିଗଲେ ଦିଲ୍ଲୀପ । ଯାହାକୁ ନେଇ ତାଙ୍କ ଶୁଭେଚ୍ଛୁ ଓ ସମର୍ଥକ ସନ୍ଦେହରେ ରହିଲେ ।
ଏହି ସବୁ ଭିତରେ କିନ୍ତୁ କାହାଣୀ ନେଇଛି ନୂଆ ମୋଡ । ଭୋଟକୁ ମାତ୍ର ଆଉ କେଇଟା ଦିନ ଥିବାବେଳେ ସେପଟେ କେନ୍ଦ୍ର ଆଇଜିଏଚ୍ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୫ କୋଟି ୭୫ ଲକ୍ଷ ଟଙ୍କା ଯୋଗାଇ ଦେଇଥିବା ବେଳେ ଜାତୀୟ କୋଠା ନିର୍ମାଣ କାମ ଆରମ୍ଭ କରିଛି । ଏବଂ ଅବଶିଷ୍ଟ ଟଙ୍କା ଖୁବ ଶିଘ୍ର ମିଳିଯିବ ବୋଲି କେନ୍ଦ୍ର ପ୍ରତିଶୃତି ଦେଇଛି । ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ୨୦୨୧ ସୁଦ୍ଧା ସରିବ ବୋଲି ଦିଲ୍ଲୀପ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଆସିଥିବା ଦିଲ୍ଲୀପ କହିଛନ୍ତି । ଆହୁରି ମଧ୍ୟ ବ୍ରାହ୍ମଣୀ ସେତୁ କାମ ତ୍ୱରାନୀତ ଓ ଆଇଜିଏଚ୍ ପାଇଁ ଅର୍ଥ ଦିଆଯାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଦିଲ୍ଲୀପଙ୍କ ସମର୍ଥକ ଦ୍ୱନ୍ଦରେ ପଡିଛନ୍ତି ।
ସେ ଚଳିତ ନିର୍ବାଚନରେ କାହାକୁ ସହଯୋଗ କରିବେ ତାକୁ ନେଇ ଦୋ ଛକିରେ ରହିଛନ୍ତି । ଦିଲ୍ଲୀପ ରାୟ ବିଜେଡିକୁ ସମର୍ଥନ କରିବେ ନାଁ ବିଜେପିକୁ ସମର୍ଥନ କରିବେ ସେଇ ଆଶଙ୍କାରେ ଦିଲ୍ଲୀପଙ୍କ ସମର୍ଥକ । ସେହିଭଳି ସାଧାରଣରେ ଆଲୋଚନା ହେଉଛି ଦିଲ୍ଳୀପ ବର୍ତ୍ତମାନ ଦୋ ଛକିରେ । ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା ।