ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସିବିକେ ମହାନ୍ତି କହିଛନ୍ତି ଏବେ ରାଜ୍ୟରେ କୋଭିଡ ସଂକ୍ରମଣ କମଥିବାରୁ ଲକଡାଉନର ଆବଶ୍ୟକତା ନାହିଁ ।
ଦେଶରେ କୋଭିଡ ସଂକ୍ରମଣ ବଢିଲେ ଲକଡାଉନ କଥା ବିଚାର କୁ ନିଆଯିବ ।ତେବେ ଲୋକମାନେ ନିଜେ ସଚେତନ ନ ରହିଲେ ପୁଣି ଥରେ ଲକଡାଉନ ଫେରିବ ବୋଲି ସତର୍କ କରାଇଛନ୍ତି ।ଭାରତର ସ୍ଥିତି କୁ ଦେଖିଲେ ଓଡିଶାର ସ୍ଥିତି ଭଲ ଅଛି ବୋଲି କୁହାଯାଇ ପାରିବ ।ଆବଶ୍ୟକ ପଡିଲେ ସବୁ ପଦକ୍ଷେପ ନିଆଯିବ ।
ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ସରକାର ସତର୍କତା ଜାରି କରିଥିଲେ । ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଢୁଥିବାରୁ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଥିଲେ । ଏବଂ ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଓଡିଶାରେ ମଧ୍ୟ କରୋନା ପ୍ରକୋପ ବଢିପାରେ । ତେଣୁ ସତର୍କ ନହେଲେ ବା ପଦକ୍ଷେପ ନ ନେଲେ କରୋନା ସଂକ୍ରମଣ ବଢିପାରେ ବୋଲି ରାଜ୍ୟ ସରକାର କହିଥିଲେ ।