ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ଚାଲିଛି ପାର୍ବଣ ଋତୁ । ମାଙ୍କ ଆଗମନ ପାଇଁ ସଜେଇ ହେଉଛି ଗାଁ ଠୁ ସହର । କେଉଁଠି ମାଙ୍କୁ ସ୍ୱାଗତ କରିବା ପାଇଁ ଆକର୍ଷଣୀୟ ତୋରଣରେ ସାଜ୍ଜସଜା କରାଯାଉଛି ତ ଆଉ କେଉଁଠି ରଙ୍ଗ ବେରଙ୍ଗର ଆଲୋକ ମାଳାରେ ମାଙ୍କ ମଣ୍ଡପକୁ ସୁସଜ୍ଜିତ କରାଯାଉଛି । ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ନବରାତ୍ରୀ । ନବରାତ୍ରୀରେ ମା ବିଭିନ୍ନ ବେଷରେ ପୂଜା ପାଇବେ । ଏହି ସମୟରେ “ମା”ଙ୍କ ପୂଜା ଅର୍ଚ୍ଚନା କଲେ ସକଳ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି କିମ୍ବଦନ୍ତୀ ରହିିଛି । ଶାସ୍ତ୍ର ଅନୁସାରେ ଏହି ସମୟରେ ମା ଙ୍କ ପୂଜା ଅର୍ଚ୍ଚନା ସମୟରେ ଆମକୁ କିଛି ବିଶେଷ ନିୟମ ପ୍ରତି ଧ୍ୟାନ ଦେବାକୁ ପଡେ । ଭୁଲରେ ଯଦି ବି ଆମେ ଏହି କାର୍ଯ୍ୟ କରୁଛେ ଏହା ଆମ ପାଇଁ ଏବଂ ଆମ ପରିବାର ପାଇଁ ଅଶୁଭ ହୋଇଥାଏ ।
ମହିଳାଙ୍କୁ ଅସମ୍ମାନ- ପୁରାଣ କଥା ଅନୁସାରେ ନବରାତ୍ରୀ ସମୟରେ ଯଦି କେହି ମହିଳାଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି ତେବେ ଏହାର କୁ ପ୍ରଭାବ ତାଙ୍କ ପରିବାର ଓ ତାଙ୍କ ଉପରେ ପଡିଥାଏ । ଏହା ବ୍ୟତୀତ ଯେଉଁ ବ୍ୟକ୍ତି ସର୍ବଦା ମହିଳା ମାନଙ୍କୁ ସମ୍ମାନ ଦିଅନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର ସବୁବେଳେ ଶୁଭ ଦୃଷ୍ଟି ରୁହେ ।
ବ୍ରହ୍ମଚର୍ଯ୍ୟ ପାଳନ- ନବରାତ୍ରୀ ସମୟରେ କେବେହେଲେ କାମନା ବାସନା ପ୍ରତି ଆସକ୍ତ ହୁଅନ୍ତୁ ନାହିଁ । ଏହି ସମୟରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ । ଏହି ସମୟରେ ପୁରୁଷ ନାରୀ ଶାରୀରିକ ସମ୍ପର୍କ ଠାରୁ ଦୂରେଇ ରହିବା ଉଚିତ ।
କଳସ ବସାଇବା ପରେ ଘର ଖାଲି ରଖନ୍ତୁ ନାହିଁ – ନବରାତ୍ରୀ ସମୟରେ ଘରେ କଳସ ବସାଇବା ପରେ କେବେ ହେଲେ ଘରକୁ ଖାଲି ରଖିବାକୁ ଦିଅନ୍ତୁ ନାହିଁ । ଘରେ କୌଣସି ନାଁ କୌଣସି ବ୍ୟକ୍ତିଙ୍କୁ ରହିବାକୁ ଦିଅନ୍ତୁ । ଏହି ସମୟ ମଧ୍ୟରେ ଘରେ କେବେ ହେଲେ ଦିନ ବେଳା ଶୁଅନ୍ତୁ ନାହିଁ ।
ଘରେ ଶାନ୍ତି ସ୍ଥାପନା କରନ୍ତୁ – ନବରାତ୍ରୀ ସମୟରେ ଘରେ ଯେତେ ପାରିବେ ଶାନ୍ତି ସ୍ଥାପନ କରନ୍ତୁ ।
ଅତିଥି ସେବା କରନ୍ତୁ – ନବରାତ୍ରୀ ଦିନ ଘରକୁ ଆସିଥିବା ଅଥିଥିଙ୍କୁ କେବେ ହେଲେ ଅଣଦେଖା କରନ୍ତୁ ନାହିଁ । ଯଥା ସମ୍ଭବ ତାଙ୍କର ଚର୍ଚ୍ଚା କରନ୍ତୁ । କୁହାଯାଏ ଏହି ଦିନ ମା କେଉଁ ରୂପରେ ବି ଘରକୁ ଆସି ପାରନ୍ତି ।